#Breaking News

ସାମ୍ବାଦିକ ଙ୍କ ମାତୃ ବିୟୋଗ


ଫୁଲବାଣୀ (ସୁନୀଲ ପଟନାୟକ )

ଆଜି ରବିବାର ଭୋର ରୁ ଫୁଲବାଣୀ ସହର ର ଜଣାଶୁଣା ସାମ୍ବାଦିକ ବୈଦ୍ୟ ନାୟକ ଙ୍କ ମା ମହାରଗି ନାୟକ ଙ୍କ ପରଲୋକ ହୋଇଯାଇଛି lମୃତ୍ଯୁ ବେଳକୁ ତାଙ୍କୁ ପାଖା ପାଖି ୭୫ ବର୍ଷ ହୋଇଥିଲା l
ସେ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗ ରେ ଆକ୍ରାନ୍ତ ଥିଲେ l ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମେଳାପୀ ମହିଳା ଥିଲେ l ତାଙ୍କ ମୃତ୍ଯୁ ରେ ଯିରୀଙ୍ଗପଡ଼ା ଅଂଚଳ ରେ ଶୋକର ଛାୟା ଖେଳିଯାଇଛି l
ମୃତ୍ଯୁ ଶଯ୍ୟା ନିକଟରେସ୍ୱାମୀ ଶୁକଦେବ ନାୟକ, ଏକମାତ୍ର ପୁଅ ବୈଦ୍ୟ, ଓ ବୋହୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ l
ମୃତ୍ଯୁ ଖବର ଶୁଣି ଜିଲା ପ୍ରେସ କ୍ଳବ ସଭାପତି ପହଂଚି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜଣାଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁଜିତ ବେହେରା, ବୈଦ୍ୟନାଥ ବେହେରା, ବଳଦେବ ବେହେରା, ଶିକ୍ଷକ ନେତା ତଥା ସମାଜସେବୀ ଦୀନେଶ ବେହେରା ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ବିଶେଷ, ସମ୍ପର୍କୀୟ, ସାହି ବାସିନ୍ଦା ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *