#Breaking News

ପ୍ରେମ, ବିବାହ ଓ ବିଛେଦକୁ ନେଇ ଆସୁଛି ‘ହାର୍ଟ ଲେସ୍‌’

ଭୁବନେଶ୍ଵର(ଉଲାପ୍ର) : ବିବାହ ଏକ ସାମାଜିକ ପରମ୍ପରା । ପତି ପତ୍ନୀ ଉଭୟ ଏହାକୁ ନିଭାଇବାକୁ ଶପଥ ନିଅନ୍ତି । କିନ୍ତୁ ସତରେ କଣ ସ୍ୱାମୀ ସ୍ତ୍ରୀ ଏହି ଶପଥ ପାଳନ କରନ୍ତି ! ଗୋଟିଏ ପଟେ ଅୟସ ଆରାମ ଆଉ ଗୋଟିଏ ପଟେ ସ୍ୱାମୀଙ୍କ ଇଚ୍ଛା ଅନିଚ୍ଛାର ଲକ୍ଷ୍ମଣରେଖା । ଏହାରି ଭିତରେ ସନ୍ତୁଳି ହେଉଥିବା ସ୍ତ୍ରୀ କଣ କରିପାରେ! ତେବେ ପ୍ରେମ, ବିବାହ ଓ ବିଚ୍ଛେଦକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସୁଛି ନୂଆ ସର୍ଟ ମୁଭି ‘ହାର୍ଟ ଲେସ୍‌’ । ଯେଉଁଥିରେ ଡାକ୍ତରଖାନାରେ ମରଣ ସହ ଲଢ଼େଇ କରୁଥିବା ଝିଅକୁ ନେଇ ସ୍ୱାମୀ କିଭଳି ସ୍ତ୍ରୀ ସହ ସଉଦା କରୁଛି ତାହା ଚିତ୍ରଣ ହୋଇଛି । ଆସନ୍ତା ଜୁନ୍ ୩ରେ ଏହି ସର୍ଟ ଫିଲ୍ମର ଷ୍ଟ୍ରିମିଂ ହେବ ବୋଲି ଜଣାପଡିଛି ।
ସିନେମାର କାହାଣୀ ଓ ଚିତ୍ରନାଟ୍ୟ ସୁଧାରାଗ ବାନାର୍ଜୀ ଲେଖିଥିବା ବେଳେ ନିଶାନ୍ତ ମାଜିଥିଆ ସଂଳାପ ଲେଖିଛନ୍ତି । ମମତା, ପ୍ରିତୀରାଜ ଓ ପ୍ରସନଜିତ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅନେକ ସୁପରହିଟ୍ ମ୍ୟୁଜିକ ଭିଡିଓ ଓ ସର୍ଟ ମୁଭି ଭେଟି ଦେଇଥିବା ରାଜା ଡି ‘ହାର୍ଟ ଲେସ୍‌’ର ନିର୍ଦ୍ଦେଶନା ଦେଇଛନ୍ତି । ନିକଟରେ ଷ୍ଟ୍ରିମିଂ ହୋଇଥିବା ତାଙ୍କ ନିର୍ଦ୍ଦେଶିତ ବ୍ରେକ ଅପ୍ ରୁଲ୍ସ ଓ ସୁପାରୀକୁ ଦର୍ଶକ ବଢ଼ିଆ ରେସପନ୍ସ ଦେଇଥିଲେ । ପ୍ରକାଶ ପ୍ରହରାଜ ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ସର୍ବେଶ୍ୱର ଦାସ ଡିଓପି, କେ ଡି ସିପୁନ ଏଡିଟିଂ ଓ ଭାଗ୍ୟଧର ପାଣି କ୍ରିଏଟିଭ୍ ଦେଖିଛନ୍ତି ।
ପୂର୍ବରୁ ରଂଗୀଲା, ସୁପାରୀ, ଟ୍ରୁ ଲି ୟୋରର୍ସ ଭଳି ସର୍ଟ ଫିଲ୍ମ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଧମାଲ କରିଛି । ଏଥର ‘ହାର୍ଟ ଲେସ୍‌’କୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଦୃଢ଼ୋକ୍ତି ପ୍ରକାଶ କରିଛି । ଅମୃତ ନନ୍ଦଙ୍କ ରିପୋର୍ଟ ।

Leave a comment

Your email address will not be published. Required fields are marked *