#Breaking News

କନ୍ଧମାଳରେ ଶିକ୍ଷାର ବିକଳ ଚିତ୍ର ସ୍କୁଲ ନାଭୁତ କୋଠୀ ?


ଫୁଲବାଣୀ-(ସୁନୀଲପଟନାୟକ)
ସରକାର ଶିକ୍ଷାର ବିକାଶପାଇଁ ଅନେକ ଯୋଜନାମାନ କରୁଛନ୍ତି ଆଉ କୋଟି କୋଟି ଟଙ୍କା ଖର୍ଚ ମଧ୍ୟ କରୁଛନ୍ତି । ଏବେ ପିଲାମାନଙ୍କୁ ବେସରକାରି ଇଂରାଜୀ ମିଡିୟମ ସ୍କୁଲର ଶୈକ୍ଷିକ ପରିବେଶ ସୃଷ୍ଟି କରିବାଲାଗି ସ୍ମାର୍ଟ ସ୍କୁଲ କରିଛନ୍ତି । ହେଲେ ଏବେ ବି କନ୍ଧମାଳ ଜିଲା ରେ ଏଭଳି ସ୍କୁଲ ରହିଛି ଯାହାକି ଭୁତକୋଠୀ ସଦୃଶ କହିଲେ ଭୂଲ ହେବନି ।
ସେ ଭଳି ଏକ ସ୍କୁଲ ତୁମୁଡିବନ୍ଧ ବ୍ଲକ ର ବିଲାମାଳପଞ୍ଚାୟତର ଧରଣୀମାସ୍କା ସ୍କୁଲ । ପ୍ରାୟ ୨୯ ବର୍ଷ ପୂର୍ବେ ଏହା ନିର୍ମାଣ ହୋଇଥିଲା,
୨୦୦୩ ମସିହା ସେପ୍ଟେମ୍ବର ବର୍ଷରେ ବିଦ୍ୟାଳୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା. ଫଳରେ ନୂତନ କୋଠା ନିର୍ମାଣପାଇଁ ଅର୍ଥ ଅନୁବାନ ଆସିଥିଲା। ହେଲେ ସେତେବେଳର ପ୍ରଧାନ ଶିକ୍ଷକ ଏହି ଅନୁଦାନ ଅର୍ଥ ହଡପ ଅଭିଯୋଗରେ ଚାକିରିରୁ ବିଦା ହୋଇଥିଲେ । ସେହିଦିନଠୁ ୨୦ ବର୍ଷ ହେଲା ନୂତନ ବିଦ୍ୟାଳୟ ନିର୍ମାଣ ହୋଇପାରୁନି। ଫଳରେ ପିଲାମାନେ କେତେ ବେଳେ ବନରକ୍ଷୀ କ୍ଵାର୍ଟରରେ ନତୁବା ଗଛ ମୁଳେ ପାଠ ପଢୁଛନ୍ତି । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ।
ଏନେଇ ବିଇ ଓ ଙ୍କୁ ପଚାରିଲେ ସେହି ଚିରାଚରିତ ଉତ୍ତର ମିଳୁଛି, ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନିଆ ଯିବ।
ହେଲେ କେବେ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ହେବ ତାହା ଦେଖିବାର କଥା।

Leave a comment

Your email address will not be published. Required fields are marked *