#Breaking News

ନୂଆପାଟଣା ରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କୁ ସମ୍ବର୍ଦ୍ଧିତ କରଗଲା


ନୂଆପାଟଣା( ଉଲାପ୍ର)କଳିଙ୍ଗ ସଙ୍ଗଠନ ଓ ନୂଆପାଟଣା ବୋୖଦ୍ଧ ସଂଘର ମିଳିତ ଆନୁକୂଲ୍ୟରେ ନୂଆପାଟଣା ସ୍ଥିତ ଜେମାଦେଇପୁର ଗ୍ରାମ ପଞ୍ଚାୟତ ସାନପାଟଣା ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା ।ଏଥିରେ ନୂଆପାଟଣା , ମାଣିଆବନ୍ଧ,ମହମ୍ମଦପୁର , ରଗଡି , ଓ ଜରିପାଟଣା ବୌଦ୍ଧ ସଂଘର ବ୍ୟକ୍ତିମାନଙ୍କ ପ୍ରଚେଷ୍ଟାରେ ବୋୖଦ୍ଧଧର୍ମକୁ ଆଗେଇ ନେଇଛନ୍ତି ଏବଂ ଯେଉଁ ମାନଙ୍କ ଲାଗି ବୁଦ୍ଧ ଧମ୍ମକୁ ଚଳଚଂଚଳ ହୋଇଅଛି ସେହି ମହାନ ବ୍ୟକ୍ତିବିଶେଷ ଙ୍କୁ ଆଜିର ଏହି ପବିତ୍ର ଦିନରେ ତାଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା କରାଜାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଧର୍ମାଚାରି ରତନକୁମାର , ମାଣିଆବନ୍ଧ ବୁଦ୍ଧ ବିହାର ଭନ୍ତେ ଧର୍ମରତ୍ନ , ନୂଆପାଟଣା ବୋୖଦ୍ଧ ସଂଘର ସଭାପତି ଶ୍ରୀଯୁକ୍ତ ରଙ୍ଗାଧର ପାତ୍ର , ସଂପାଦକ ନିରଞ୍ଜନ ମହାପାତ୍ର , ବିନୋଦ ପାତ୍ର ଓ ପ୍ରେମାନନ୍ଦ ପାତ୍ର ସେହି ମହାନ ବ୍ୟକ୍ତି ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା କରାଯାଇଥିଲା । କଳିଙ୍ଗ ସାଧମ୍ମ ସଂଘଠନର ମୁଖ୍ୟ ସଦଶ୍ୟ ଲିଟୁନ ଚାନ୍ଦ, ସୁବାସ ଚନ୍ଦ୍ର ପାତ୍ର , ସୁଜାତା ମହାପାତ୍ର, ସୁଧାଂଶୁ ଚାନ୍ଦ,ଅରବିନ୍ଦ ବର୍ଦ୍ଧନ, ଶଙ୍କର ନନ୍ଦୀ, ତପନ ନନ୍ଦୀ,ଦିଲ୍ଲୀପ ପlତ୍ର, ନିରାକାର ମହାପାତ୍ର ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ l ଦୂରଭାଷର ଥିବl ଭନ୍ତେ ଦିବ୍ୟ ପ୍ରକାଶ, ସନ୍ଦୀପ ପlତ୍ର, ସ୍ନେହଲତା ମହାପାତ୍ର, ଜିତେନ୍ଦ୍ର ପାଲ, ଅନିଲ ମହାପାତ୍ର, କଳ୍ପନା ପାତ୍ର ଭିଡିଓ କନ୍ଫରେରେନ୍ସ ମାଧ୍ୟମରେ ଶୁଭବାର୍ତା ଦେଇଥିଲେ l ଏହି ସଭାକୁ ମହେଶ୍ୱର ବର୍ଦ୍ଧନ ଏବଂ ସଞ୍ଜୟ ପାତ୍ର ପରିଚାଳନା କରିଥିଲେ ଏବଂ ଭନ୍ତେ ଧର୍ମରତ୍ନ ମହାମଙ୍ଗଳ ସୂତ୍ରପାଠ କରି ସଭାସାଙ୍ଗ କରିଥିଲେ l ଶେଷର ସ୍ଥାନୀୟ କୁନି କୁନି ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

Leave a comment

Your email address will not be published. Required fields are marked *