#Breaking News

ମାଓ ଇଲାକାରେ ବିଡିଓ ଓ ବିଧାୟକ,ଲୋକଙ୍କ ସମସ୍ୟା ବୁଝିଲେ

ଫୁଲବାଣୀ-(ସୁନୀଲପଟନାୟକ)
କିଏ କହିଲାସରକାରୀ ଅଫିସର ଓ ଲୋକପ୍ରତିନିଧି ମାନେ ଲୋକଙ୍କ ସମସ୍ୟା ବୁଝୁନାହାନ୍ତି ବୋଲି।
କନ୍ଧମାଳ ଜିଲ୍ଲାର ମା ଓ ଇଲାକା ଭାବେ ପରିଚିତ ଦାରିଙ୍ଗବାଡି ବ୍ଳକ ବିଡିଓ ଗଦାଧର ପାତ୍ର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଜୀବନ କୁ ବାଜି ଲଗାଇ ପ୍ରାୟତଃ ଦୁର୍ଗମ ଓ ମା ଓ ଇଲାକା ଗୁଡିକୁ ଚାଲି ଚାଲିଯାଇ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ବୁଝୁଥିବାବେଳେ ଏବେ ତାଙ୍କ ସହ ବିଧାୟକ ସାଲୁଗା ପ୍ରଧାନ ଯୋଡି ହୋଇଯାଇଛନ୍ତି ।
କାଲି ସେ ଦୁହେଁ ମିଶି ବ୍ଲକର ଦୁର୍ଗମ ପଞ୍ଚାୟତ
ପ୍ଲିହେରୀ ପଞ୍ଚାୟତର ଲାମ୍ବା ବାନ୍ଦା, ସୁଲୁମାହା ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା କଥା ବୁଝିଥିଲେ। ଲୋକେ ମଧ୍ୟ ପାଖରେ ବିଧାୟକ ଓ ବିଡ଼ିଓଙ୍କୁ ପାଖରେ ପାଇ ଦୁଃଖ ବଖାଣିଥିଲେ। ଗ୍ରାମକୁ ରାସ୍ତା ନାହିଁ, ପାନୀୟ ଜଳ, ଅଙ୍ଗନବାଡି କିମ୍ବା ସ୍କୁଲ ଗୃହ ନଥିବା ସଂପର୍କରେ ବିଡିଓ ଓ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅତି ଶିଘ୍ର ସେମାନଙ୍କ ସମସ୍ୟା ଦୁର କରିବାଲାଗି ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି ବିଡ଼ିଓ ପାତ୍ର ଓ ବିଧାୟକ ପ୍ରଧାନ କହିଥିଲେ। ସେହିପରି ଦାସିଙ୍ଗବାଡି ପଞ୍ଚାୟତର ଗଡ଼ପା କାଲି ଗ୍ରାମକୁ ମଧ୍ୟ ଦୁହେଁ ଯାଇ ପହଞ୍ଚିଥିଲେ । ସେଠାରେ ମଧ୍ୟ ଗ୍ରାମବାସୀ ଏମାନଙ୍କୁ ଦେଖି ଖୁସି ବ୍ୟକ୍ତ କରିବା ସହ ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।
ପୂର୍ବରୁ କୌଣସି ବିଧାୟକ କିମ୍ଵା ବିଡିଓଙ୍କ ଏଠାରେ ପାଦ ପଡିନଥିଲା। ଫଳରେ ବର୍ତ୍ତମାନ ଏମାନଙ୍କୁ ଦେଖିବାପରେ ନିଶ୍ଚିତ ଉନ୍ନତି ହେବ ବୋଲି ଆଶା ବ୍ୟକ୍ତ କରିବା ସହ ବିଡିଓ ଓ ବିଧାୟକ ହେବ ତ ଏମିତି ବୋଲି କହିଥିଲେ ।

Leave a comment

Your email address will not be published. Required fields are marked *