କନ୍ଧମାଳରେ ୭୩ ଉପାନ୍ତରୀକରଣ ହାଇ ସ୍କୁଲ ଉଦଘାଟିତ

Udaya_Labanya | June 4, 2022 | 302 views |0 | Breaking News


ଫୁଲ ବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ରୁପାନ୍ତରୀକରଣ ହାଇ ସ୍କୁଲ କୁ ଆଜି ଶୁକ୍ରବାର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଭରଚୁଆଲ ମୋଡ଼ ରେ ଉଦଘାଟନ କରିଥିଲେ l ଚକାପାଦ ବ୍ଳକରେ ହାତକୁ ନିଆଯାଇଥିବା ସରକାରୀ ହାଇସ୍କୁଲ ଶଙ୍କରା ଖୋଲଠାରେ ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l
ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବ ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଦାରିଙ୍ଗ ବାଡି ବିଧାୟକ ସାଲୁଗା ପ୍ରଧାନ,ସୋନାଲି କହଁର ଛାତ୍ରୀ, ଜିଲାପାଳ ଡ଼ଃ. ଵୃନ୍ଦା ଡି, ଯୋଗ ଦେଇଥିଲେ lଜରୁରୀ କାର୍ଯ୍ୟ ବଶତଃ ସଂlସଦ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପାରିନଥିଲେ l
ଏ ସବୁ ରୂପାନ୍ତରୀକରଣ ହାଇସ୍କୁଲ ଗୁଡିକ 6ର ସ୍କାର୍ଟକ୍ଲାସ
ରୁମ, ଇ -ଲାଇବ୍ରେରୀ,ସ୍ଵଛ ପାନୀୟ ଜଳ ବ୍ୟବସ୍ଥା, ବାଥରୁମ,ଉନ୍ନତ ମାନର ଖେଳ ପଡିଆ, ଆକର୍ଷଣୀୟ ଡ଼ିଜାଇନ ଗେଟ, ରଙ୍ଗ ସବୁ ଲଗାଯାଇ ଆକର୍ଷଣୀୟ କରାଯାଇଛି l ଏଥିପୂର୍ବରୁ ପ୍ରଥମ ପ୍ରର୍ଯ୍ୟାୟରେଜିଲ୍ଲାରେ ୧୦ଟି ହାଇସ୍କୁଲ ରୂପାନ୍ତରୀକରଣ କରାଯାଇଥିଲା।
ସରକାରଙ୍କ ରୁପନ୍ତୀକରଣକାର୍ଯ୍ୟକ୍ରମ ଦ୍ଵାରା ସରକାରୀ ହାଇସ୍କୁଲ ଗୁଡିକରେ ମଧ୍ୟ ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ପରି ସମସ୍ତ ଅତ୍ୟାଧୁନିକ ସୁବିଧାସୁଯୋଗ,ଶୈଖିକ ବାତାବରଣ, ସାଙ୍ଗକୁ ଅଡିଓ ଭିଜୁଆଲ ମାଧ୍ୟମ ରେ ଛାତ୍ର ଛାତ୍ରୀ ସହଜ ରେ ପାଠ ବୁଝି ପାରିବେ ବୋଲି ବିଡ଼ିଓ ଚକାପାଦ ଅନିଲ ପଟନାୟକ କହିଛନ୍ତି l
ଚକାପାଦ ବ୍ଳକ ର ୭ ଟି ହାଇସ୍କୁଲ ରୂପାନ୍ତରୀକରଣ ରେ ସାମିଲ ହୋଇଥିବା ବେଳେ ଫୁଲବାଣୀ ବ୍ଲକରେ ୬ ସ୍କୁଲ, ଖଜୁ ରିପଡ଼ା ୬ ସ୍କୁଲ, ଫିରିଙ୍ଗିଆ ୮ ସ୍କୁଲ,, ରାଇକିଆ ୬, ଜି. ଉଦୟଗିରିରେ ୬, ଦାରିଙ୍ଗ ବାଡି ୭. ବାଲିଗୁଡା୬, ତୁମୁଡ଼ିବନ୍ଧ ବ୍ଲକ ୫. କୋଟଗଡ଼୬, କ.ନୂଆଗାଁରେ ୫ ଟିକାବାଲିରେ ୫ ଟି ଏହିପରି ମୋଟ ୭୩ ଟି ହାଇ ସ୍କୁଲ ଉଦଘାଟିତ ହୋଇଥିଲା l
ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ ବିଶ୍ୱରଂଜନ ନାୟକ, ଙ୍କ ସମେତ ସମସ୍ତ ଲୋକପ୍ରତିନିଧ, ବିଡ଼ିଓ, ଯନ୍ତ୍ରୀ, ଛାତ୍ର ଛାତ୍ରୀ, ସ୍ଥାନୀୟଜନସାଧାରଣ, ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l
ପରେ ସ୍କୁଲ ଛାତ୍ର ଛାତ୍ରି ମାନେ ରଂଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରିଥିଲେ l

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories