ବଦଳୀ ଅର୍ଡର ସତ୍ତ୍ଵେ ଶିକ୍ଷୟତ୍ରୀଙ୍କୁ ଜଏନ କଲେନି ପ୍ରଧାନଶିକ୍ଷକ

Udaya_Labanya | June 4, 2022 | 217 views |0 | Breaking News


ଫୁଲବାଣୀ(ସୁନୀଲପଟନାୟକ)
ସରକାରଙ୍କ ବଦଳୀ ଅର୍ଡର କୁ ମାନିଲେ ନିପ୍ରଧାନଶିକ୍ଷକ। ଫଳରେ କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ଜଣେ ଶିକ୍ଷୟତ୍ରୀ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ଫେରି ନ୍ୟାୟ ପାଇବାପାଇଁ ବିଇ ଓ ଓଡିଇ ଓଙ୍କ ଦ୍ଵାର ସ୍ଥ ହୋଇଥିବା ଜଣା ପଡିଛି ।
ସଂଯୁକ୍ତ । ପଣ୍ଡା ନାମକ ଜଣେ ଶିକ୍ଷୟତ୍ରୀଙ୍କୁ ଫୁଲବାଣୀ ବ୍ଳକ ଅଧିନ ଲୁହୁରୁବାଲି ସରକାରୀ ଉଚ୍ଚପ୍ରାଥମିକ ସ୍କୁଲ କୁ ବଦଳୀ କରାଯାଇଥିଲା। ବିଇ ଓଙ୍କ ପରାମର୍ଶକ୍ରମେ ଶିକ୍ଷୟତ୍ରୀ ପଣ୍ଡା ଆଜି ଶନିବାର ସକାଳୁ ଲୁହୁରୁବାଲି ସ୍କୁଲକୁ ଜଏନ
କରିବାକୁ ଯାଇଥିଲେ । ହେଲେ ସେଠାରେ ସ୍କୁଲ ପରିଚାଳନାକମିଟି ସଦସ୍ୟ ଓ କିଛି ମହିଳା ଜଏନ କରିବାକୁ ନେଇ ବିରୋଧ କରିଥିଲେ। ସ୍କୁଲରେ ପିଲା ସଂଖ୍ୟା ଅନୁପାତରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଖ୍ୟା ଠିକ ଅଛି। ଆଉ ଅଧିକ ଶିକ୍ଷକଙ୍କ ଆବଶ୍ୟକ ନାହିଁ ବୋଲି କହି କୁ ଆଡେ ଜଏନ କରାଇଦେଇ ନଥିଲେ । ଫଳରେ ଶିକ୍ଷାୟତୀ ଜଣଙ୍କ ବାଧ୍ୟହୋଇ ଫେରିଆସିଥିଲେ । ତେବେ ଏ ସବୁ ପଛରେ ଶିକ୍ଷକ ଶିକ୍ଷୟତ୍ରୀ
ମାନଙ୍କ ହାତ ଥିବା ଶୁଣିବାକୁ ମିଳିଛି । ନୂତନ ଶିକ୍ଷୟତ୍ରୀ ଜଏନ କଲେ କାଳେ ପୂର୍ବରୁ ଦୀର୍ଘବର୍ଷ ଧରି ଆସ୍ଥାନ ଜମାଇରହିଥିବା ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ଦୁରକୁ ବଦଳୀ ହୋଇଯିବ ଭାବି ସ୍କୁଲ ଶିକ୍ଷା କମିଟିକୁ ଧରି ବିରୋଧ କରିଥିବା ଆଲୋଚନା ହେଉଛି ।
ଏନେଇ ଫୁଲ ବାଣୀ ବି ଇଓରଂଜନ କହଁରଙ୍କୁ ପଚାରିବାରେ ସେ ଏନେଇ ଅବଗତ ଥିବା କହିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣାଇଦିଆଯିବ ଓ ସେ ଏନେଇ ନିର୍ଦ୍ଦେଶ ଦେଲେ କାହିଁକି, କଣ ପାଇଁ ଓ କେଉଁ ପରିସ୍ଥିତିରେ ଶିକ୍ଷାୟତ୍ରୀଙ୍କୁ ସ୍କୁଲରେ ଜଏନ କରାଗଲାନି ତାହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories