#Breaking News

ଆଇଟିଡିଏ ପକ୍ଷରୁ ଆଦିବାସୀଙ୍କ୍ରମାଗଣା ଅଦା ବିହନ ପ୍ରଦାନ


ଫୁଲ ବାଣୀ(ସୁନୀଲ ପଟନାୟକ)
ଫୁଲବାଣୀ ଆଇଟିଡିଏ ପକ୍ଷରୁ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ ଓ ଖଜୁରୀପଡ଼ା
ବ୍ଲକ ଅଞ୍ଚଳର ଆଦିବାସୀ ଚାଷୀମାନଙ୍କୁ ସ୍ଵାବଲମ୍ବୀ କରିବାପାଇଁ ଶନିବାରମାଗଣା ଅଦା ବିହନ ପ୍ରଦାନ କରାଯାଇଛି । ଏ ସବୁ ଅଞ୍ଚଳର ୨୮୭ ଜଣ ଚାଷୀଙ୍କୁ ୨୪ ଟନ ଉତ୍କୃଷ୍ଟ ଅଦା ବିହନ ପ୍ରଦାନ କରାଯାଇଛି। ଅଦା ଏକ ଲାଭଜନକ ଫସଲହୋଇଥିବା ଦୃଷ୍ଟିରୁ ଓ ଏହି ଚାଷ ପାଇଁ ଏ ସବୁ ବ୍ଲକ ଅଞ୍ଚଳ ର ଜଳବାୟୁ ବେଶ ଅନୁକୁଳ ହୋଇଥିବାରୁ ବିଭାଗ ପକ୍ଷରୁ ଚଳିତ ୨୦୨୨/୨୩ରେ ଅଦାବିହନ ପ୍ରଦାନ କରାଯାଇଥିଲା ବୋଲି ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ କହିଛନ୍ତି। ଚାଷୀମାନେ ମଧ୍ୟ ଖୁସିରେ ଅଦା ବିହନ ନେଇ ଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଜୀବିକା ପ୍ରୋଜେକ୍ଟ ମେନେଜର ପି. ମୁରଲି ମୋହନ, ବିଷୟ ବିଶାରଦ ଶୁଭଶ୍ରୀ ମହାନ୍ତି ଓ ଜୀବିକା ବିଶେଷଜ୍ଞ ବୈଦ୍ୟନାଥଖଟୁଆ ପ୍ରମୁଖ ଯୋଗ ଦେଇ ଚାଷ ଓ ବିକ୍ରିବଟା ସମ୍ପର୍କରେ ଚାଷୀମାନଙ୍କୁ ଉଚିତ ମାର୍ଗ ଦର୍ଶନ ଦେଇଥିଲେ । ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ରଦାସଙ୍କର ଆନ୍ତରିକ ଉଦ୍ୟମ, ଆଗ୍ରହ ଯୋଗୁ ଏହି ୩ଟି ବ୍ଳକ ଅଞ୍ଚଳର ଶତାଧିକ ମହିଳା ଏସଏଚଜି ମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ମାଛ ଚାଷ, କୁକୁଡ଼ା ପାଳନ, ଛତୁ ଚାଷ, ଆଦି କରିବାପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେଇଥିବାରୁ ଅଞ୍ଚଳବାସୀ ବେଶ ଖୁସି ଥିବା କହିଛନ୍ତି।

Leave a comment

Your email address will not be published. Required fields are marked *