#Breaking News

କ. ନୂଆଗାଁ ରେ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି, ୨୩ ରେ ସାରିବା ଲକ୍ଷ୍ୟ


ଫୁଲବାଣୀ -4/6(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଳକ ସଦର ମହକୁମା ଠାରେ ନୂତନ ଭାବେ ପୁରୀ ମନ୍ଦିର ଢାଞ୍ଚା ରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି l ଜଗନାଥ ପ୍ରେମୀ, ବିଜେଡି ବରିଷ୍ଠ ନେତା ତଥା ଜଣାଶୁଣା ସମାଜସେବୀ କୃଷ୍ଣ ପାଣିଗ୍ରାହୀ ଙ୍କ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଆର୍ଥିକ ସହାୟତାରେ ଏହି ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି l
ସେହିପରି କମିଟୀ ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ନିଷ୍ଠାଓ ଆନ୍ତରିକତା ର ସହ ନିର୍ମାଣ କାମ ରେ ସହଯୋଗ କରୁଛନ୍ତି l
ଏହି ମନ୍ଦିର କାର୍ଯ୍ୟ ୨ 0୨ ୩ ରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି l
ସୂଚନା ଯୋଗ୍ୟ ଯେ ଏହି ବ୍ଳକରେ ଜଗନାଥ ମନ୍ଦିର ଟିଏ ନଥିଲା l ଫଳରେ ଭକ୍ତ ମାନଙ୍କ ଭାବାବେଗ କୁ ପ୍ରାଧାନ୍ୟ ଦେଇ କୃଷ୍ଣ ପାଣିଗ୍ରାହୀ ଜଗନାଥ ମନ୍ଦିର ନିର୍ମାଣ କରିବାଲାଗି ମନରେ ସ୍ଥିର କରିଥିଲେ l
ତେବେ ମନ୍ଦିର ଜାଗା କୁ ନେଇ ପ୍ରଥମେ ବିବାଦ ଦେଖାଦେଇଥିଲା l ଫଳରେ ନିର୍ମାଣ ରେ ବିଳମ୍ବ ଘଟିଥିଲା l ମନ୍ଦିର ନିର୍ମାଣ ହେବା ଦେଖି ଭକ୍ତ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l

Leave a comment

Your email address will not be published. Required fields are marked *