#Breaking News

କଟ୍ରିଙ୍ଗିଆ ରେ ବିଶ୍ୱ ପରିବେଶ ଦିବସ


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଫୁଲବାଣି ବ୍ଳକ ଅନ୍ତର୍ଗତ କାଟ୍ରିଙ୍ଗିଆ ଠାରେ ଡି ଏଲ ଏସ ଏ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l
ଏହି ଅବସର ରେ କଟ୍ରିଙ୍ଗିଆ ସରପଞ୍ଚ, ଶ୍ରମିକ ନେତା ଘନ ଶବର,ସ୍ଵେଛା ସେବୀ ସଂଗଠନ, ସ୍ଵାତି ର କର୍ମକର୍ତ୍ତl ପ୍ରଦୀପ ସ୍ୱାଇଁ, ଶଙ୍କର ମହାନ୍ତି ପ୍ରମୁଖ ଯୋଗ ଦେଇ
ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ଉପରେ ଗୁରୁତ୍ୱ ଦେଇଥିଲେ l
ସେହିପରି ପ୍ରତିବର୍ଷ ଖରାଦିନେ ନିଆଁ
ଲାଗି ମୂଲ୍ୟବାନ ଜଙ୍ଗଲ ନଷ୍ଟ ହୋଇଯାଉଛି lଏଣୁ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ଲାଗି ସମସ୍ତେ ଆଗେଇଆସିବାଲାଗି ପରାମର୍ଶ ଦେଇଥିଲେ l
ଏହି ଅବସର ରେ ଜଙ୍ଗଲ ସୁରକ୍ଷା ନେଇ ଶପଥ ପାଠ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *