#Breaking News

କୋଟଗଡ଼ ବି ଡିଓ ଙ୍କ ମନମୁଖି କାରବାର ବିରୋଧରେ ପିଇଓ ସଙ୍ଘ ପକ୍ଷରୂ ଜିଲାପାଳ ଙ୍କୁ ସ୍ମାରକ ପତ୍ର


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କୋଟଗଡ଼ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଙ୍କମନ ମୁଖି କାରବାର, ପ୍ରିୟl ପ୍ରୀତି ତୋଷଣ ନୀତି, ଓ ସର୍ବୋପରି ଅଧସ୍ତନ କର୍ମଚାରୀ ଙ୍କ ଦରମା ବନ୍ଦ, ଦୁର୍ବ୍ୟବହାର ପ୍ରଦର୍ଶନ ରେ ଅତିଷ୍ଟ ହୋଇ ପିଈ ଓ ସଙ୍ଘ ପକ୍ଷରୂ ଏନେଇ କନ୍ଧମାଳ ଜିଲାପାଳ ଙ୍କୁ ସ୍ମାରକ ପତ୍ର
ପ୍ରଦାନ କରିଥିବା ନେଇ ସଙ୍ଘ ପକ୍ଷରୁ କୁହାଯାଇଛି l
କାର୍ଯ୍ୟ ରତ କର୍ମଚାରୀଙ୍କୁ ଡି ଏ. ମିଳୁନି l ମହିଳା କର୍ମଚାରୀକୁ ଜାଣିଶୁଣି କୋଟଗଡ଼ ଠାରୁ ଚାଳିଶ କିଲୋମିଟର ରୁ ଉର୍ଦ୍ଧ ଜୁବାଗୁଡା ପରି ଦୁର୍ଗମ ତଥା ମା ଓ ଇଲାକା ରେ ପୋଷ୍ଟିଙ୍ଗ କରାଯାଉଛି ଯାହାକି ସମ୍ପୁର୍ଣ ଅନ୍ୟାୟ ବୋଲି ସଙ୍ଘ ସଭାପତି ପଦ୍ମ ଚରଣ ମହାନ୍ତି ଅଭି ଯୋଗ କରିଛନ୍ତି l
ବିଡ଼ିଓ ମୁର୍ମୁ କୋଟଗଡ଼ ରେ ଦୀର୍ଘ ଛଅ ବର୍ଷ ଧରି ରହି ବ୍ୟାପକ ଅନିୟମିତତା କରିଥିବା ମଧ୍ୟ ଦୃଢ ଅଭିଯୋଗ ହେଉଛି l
ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ କର୍ମଚାରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସଙ୍ଘ ଦାବୀ କରିଛି ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସଙ୍ଘ ଚେତl ବନି ଦେଇଛି l
ଏ ନେଇ ବିଡ଼ିଓ ଙ୍କ ମତାମତ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ମିଳିପାରିନାହିଁ

l

Leave a comment

Your email address will not be published. Required fields are marked *