#Breaking News

ଗାଁ କୁ ନିଶାମୁକ୍ତ କରିବାକୁ ପ୍ରୟାସ, ଗାଁ ଗାଁ ରେ ସଚେତନତା ବୈଠକ


ଫୁଲବାଣୀ (ସୁନୀଲ ପଟ ନାୟକ )
ନିଶା ଏବେ ସମଗ୍ର ସମାଜ କୁ ଧୀରେ ଧୀରେ ଗ୍ରାସ କରିବାରେ ଲାଗିଛିl ବିଶେଷ କରି ଯୁବ ସମାଜ ପଥ ଭ୍ରଷ୍ଟ ହେଉଛନ୍ତି l ଏ ହାକୁ ହୃଦୟଙ୍ଗମକରୀ
ଗାଁ କୁ ନିଶାମୁକ୍ତ କରିବା ଲାଗି ପ୍ରୟାସ ଚାଲିଛି ଆଉ ଏହାକୁ ସଫଳ କରିବାଲାଗି ଗାଁ ଗାଁ ରେ ଚାଲିଛି ବୈଠକ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଅl ବ୍ଳକ ଅନ୍ତର୍ଗତ ରତଙ୍ଗ ଗ୍ରାମରେ l
ଗାଁ ରେ ସଚେତନତା ସୃଷ୍ଟି କରିବା ଲାଗି ସରପଞ୍ଚ ଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହୋଯୋଗ କରୁଛନ୍ତି lରତଙ୍ଗ ପଂଚାୟତ ର ଡାଂଗଡ଼ିକିଆ ଗ୍ରାମ ରେ ଗ୍ରାମ ସଭାପତି ତଥା ସମାଜସେବୀ ଲିଙ୍ଗରାଜ କହଁର ଙ୍କ ନେତୃତ୍ୱ ରେ ସଭା କରାଯାଇ ନିଶା ମୁକ୍ତ ସମାଜ ସମ୍ପର୍କରେ ସଚେତନ କରାଯାଉଛି lଫଳରେ ଆଗାମୀ ଦିନରେ ସମାଜ ରେ ସୁଧାର ଆସିବ ବୋଲି ଆଶା କରାଯାଉଛି l

Leave a comment

Your email address will not be published. Required fields are marked *