#Breaking News

ରୁଦ୍ରପ୍ରସାଦ ସେଠି ହେଲେ କନ୍ଧମାଳ ABVP ର ଜିଲ୍ଲା ସଂଯୋଜକ

ଫୁଲବାଣୀ (ସୁନୀଲ ପଟନାୟକ )
ଜଗତସିଂହପୁର ଠାରେ ତିନି ଦିନ ଧରି ଅନୁଷ୍ଠିତ ହେଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, (ABVP), ଓଡିଶା ପ୍ରାନ୍ତ ର ପ୍ରାନ୍ତ ଅଭ୍ୟାସ ବର୍ଗ ଅନୁଷ୍ଟିତ ହେଇଯାଇଛି ଏହି ବର୍ଗରେ ସାଙ୍ଗଠନିକ ଦାଇତ୍ୱ ଘୋଷଣା କରାଯାଇଛି କନ୍ଧମାଳ ଜିଲ୍ଲା ପାଇଁ ଜିଲ୍ଲାର ଛାତ୍ର ନେତା ରୁଦ୍ରପ୍ରସାଦ ସେଠୀ ଙ୍କୁ କନ୍ଧମାଳ ଜିଲ୍ଲାର ସଂଯୋଜକ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି l ସେହିପରି ଜିଲ୍ଲାର ଛାତ୍ରୀ ନେତ୍ରୀ ରାଜନନ୍ଦିନୀ ସାହାଣୀ ଙ୍କୁ କନ୍ଧମାଳ ଜିଲ୍ଲା ସହ ସଂଯୋଜିକା, ଦିବ୍ୟରଞ୍ଜନ ଡାକୁଆ ଙ୍କୁ ବିଭାଗ SFS ପ୍ରମୁଖ ଏବଂ କନ୍ଧମାଳ ଜିଲ୍ଲାର ଛାତ୍ର ନେତା ଶିବାଶିଷ ପଣ୍ଡା ଙ୍କୁ ପୁନଃ ଜିଲ୍ଲା ପ୍ରମୁଖ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି l ABVP କନ୍ଧମାଳ ତରଫରୁ ଦାଇତ୍ୱ ପାଇଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଯାଇଛି l ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ କିଭଳି ସଂଗଠନ ଆହୁରି ସଦୃଢ ହେବ ସେଥିପ୍ରତି କାର୍ଯ୍ୟ କରାଯିବ ବୋଲି ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା କହିଛନ୍ତି

Leave a comment

Your email address will not be published. Required fields are marked *