#Breaking News

କଟକରେ ପ୍ରଧାନମନ୍ତ୍ରୀ ଙ୍କ ସୁ ଶାସନ ଦିବସ ପାଳିତ

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳର ଅଷ୍ଟମ ସଫଳ ବର୍ଷ ପୁର୍ତ୍ତି ଅବସରରେ ଆଜି ଜୁନ ୧୫ ତାରିଖ,ଅପରାହ୍ନ ୫ ଘଟିକାରେ ସ୍ଥାନୀୟ ଟାଉନହଲ ରେ ଭାରତୀୟ ଜନତା ପାର୍ଟି କଟକନଗର ସଂଖ୍ୟାଲଘୁ ମୋର୍ଚ୍ଚା ର ହିତାଧିକାରୀ ସମାବେଶ ଅନୁଷ୍ଠିତ ହୋଇଥିଲା।ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ହୋଇଥିବା ଏହି ସମାବେଶରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ଐଶ୍ଵର୍ଯ୍ୟ। ବିଶ୍ୱାଳ,ମୁଖ୍ୟ ବକ୍ତା ରୂପେ ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସିକନ୍ଦର ଅଲ୍ଲି,କଟକ ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ଶ୍ରିତମ ଦାସ,ଶ୍ରୀମତୀ ରଶ୍ମିରେଖା ଦାସ, ଶ୍ରୀମତୀ ପ୍ରବୀଣା ମହାପାତ୍ର, ଶ୍ରୀମତୀ ନମିତା ମିଶ୍ର,ଦେବାନନ୍ଦ ସିଂ,ରତନ ମହାନ୍ତି,ମହମ୍ମଦ ମୁସ୍ତାକିମ, ଶେଖ ରେହମାନ ଦୁର୍ଯ୍ୟୋଧନ ଲେଙ୍କା,ବିବେକାନନ୍ଦ ନାଏକ,ସୁଧୀର ଶତପଥି,କୃଷ୍ଣଚନ୍ଦ୍ର ମହାପାତ୍ର, ଶରତ ଭୋଳ,ଶେଖ ସାଦାତ, ଅବଦୁଲ ମୋକିତ,ୱାଇ ବାଣୀ, ରଘୁନାଥ ଦତ୍ତ,ଶେଖ ଆୟୁବ,ସଂଗ୍ରାମ ସିଂ,ଶେଖ ବାବୁ,ଶେଖ ଇମରାନ,ଶିଳ୍ପା ସୌମିତ୍ରୀ ଗୋସ୍ୱାମୀ,ଇମତିଆଜ଼ ଖାଁ,ଅଜିଜ଼ ଖାନ ଶେଖ ରୋନୁ,ସତ୍ୟଜିତ ମାହାଲା,କଲ୍ୟାଣି ମାହାଲା,ସୁଶାନ୍ତ ମହାନ୍ତି,ବିଶ୍ୱଜିତ ମହାପାତ୍ର, ଦେବୀପ୍ରସାଦ ମହାପାତ୍ର, ଜୟକୃଷ୍ଣ ସ୍ବାଇଁ,ରବି ସାହୁ,ଶିବପ୍ରସାଦ ଜେନା, ଶେଖ ସୋମ,ଆଞ୍ଜୁମ ବିବି,ରଭେନା ବେଗମ,ସାଇଦା ଖାତୁନ, ସୌମ୍ୟ ରାଜ ପ୍ରମୁଖ ନେତା ଉପସ୍ଥିତ ଥିଲେ। ନେତାମାନେ ମୋଦିଜିଙ୍କର ଅଳ୍ପସଂଖ୍ୟକ ଭାଇ ଭଉଣୀଙ୍କ ପାଇଁ କରିଥିବା ବହୁତ ସାରା ଯୋଜନା ସମ୍ବନ୍ଧରେ ଚର୍ଚ୍ଚା ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଓ ଅତିଥି ତିନ ତଲାକ ବିଷୟ କହିବା ବେଳେ ଉପସ୍ଥିତ ମହିଳା ମାନେ ମୋଦୀ ଜି ଜ଼ୀନ୍ଦାବାଦ ନାରା ଲଗାଇଥିଲେ।ଅଳ୍ପସଂଖ୍ୟକ ବ୍ୟକ୍ତିଙ୍କର ଆର୍ଥିକ ସାମାଜିକ ଉନ୍ନତି ପାଇଁ ବିଶେଷ ଧ୍ୟାନ ଏବଂ ଧର୍ମାନ୍ଧତା ବିରୁଦ୍ଧରେ କାର୍ଯ୍ୟ କରି ଦେଶକୁ ଏକ ଭାରତ ଶ୍ରେଷ୍ଠ ଭାରତ କରିବା ସଂକଳ୍ପକୁ ସମସ୍ତ ବକ୍ତା ମାନେ ଦୋହରାଇଥିଲେ।ଶ୍ରୀ ବିଶ୍ୱରଂଜନ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଶେଖ ଦାଉଦ ଭାଇ ସଭିଙ୍କୁ ଧନ୍ୟବାଦ ଦେଇଥିଲେ।

[sg_popup id=”undefined” event=”undefined”][/sg_popup]

Leave a comment

Your email address will not be published. Required fields are marked *