#Breaking News

କଥା ରଖିଲେ ବଣ୍ଡଗୁଡ଼ା ସରପଞ୍ଚ


ଫୁଲବାଣୀ (ସୁନୀଲ ପଟନାୟକ )
ଶିକ୍ଷକତା ଛାଡି ସମାଜସେବାପ୍ରତି ମନ ବଳାଇ ରାଜନୀତି ରେ ପାଦଥାପି ଥିବା ନବ ନିର୍ବାଚିତବଣ୍ଡ ଗୁଡା ସରପଞ୍ଚ ସଞ୍ଜୟ ପ୍ରଧାନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ ପୂରଣ କରିଛନ୍ତି ସେ l ସରପଞ୍ଚ ଭାବେ ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଲୋକଙ୍କ ମୁଁହରେ ହସ ଫୁଟାଇ ଜନତା ଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି l ଦୀର୍ଘବର୍ଷ ହେବ ବଣ୍ଡଗୁଡା ଗ୍ରାମ ପଂଚାୟତ ର ପାତ୍ର ସାହିରେ ପାନୀୟ ଜଳର ଅସୁବିଧା ରହିଥିଲା ଲୋକେ ପାଣି ମୁନ୍ଦିଏ ପାଇଁ ହନ୍ତସ ନ୍ତ ହେଉ ଥିଲେ, ସେହିପରି ବିଲାବାଡ଼ି ମୁଣ୍ଡାସାହି ବାସିନ୍ଦା ଚୁଆପାଣି ଉପରେ ନିର୍ଭରଶିଳ ଥିଲେ l
ଉକ୍ତ ଦୁଇଟି ସ୍ଥାନରେ ଦୁଇଟି ସୋଲାର ଚାଳିତ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଗ୍ରାମ ପଂଚାୟତ ତରଫରୁ ବସାଇ ଲୋକଙ୍କ ଜଳ କଷ୍ଟ ଦୂରକରିଛନ୍ତି l କମ ଦିନ ମଧ୍ୟରେ ଲୋକଙ୍କ ସମସ୍ୟା ଦୂର କରିଥିବାରୁ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି ଏନେଇ ସରପଞ୍ଚ ପ୍ରତିକ୍ରିୟା ରେ କହିଛନ୍ତି ଯେ ପଂଚାୟତବାସୀ ମୋତେ ସେବାକରିବା ପାଇଁ ସୁଯୋଗ ଦେଇଛନ୍ତି ଜନସେବା ମୋର କର୍ତ୍ତବ୍ୟ l ଅଞ୍ଚଳବାସୀ କର୍ମଠ କର୍ତ୍ତବ୍ୟନିଷ୍ଠ ହେବାପାଇଁ ପ୍ରେରଣା ଯୋଗାଇ ଦେଉଛନ୍ତି ଆଗାମୀ ଦିନରେ ବଣ୍ଡଗୁଡା ଗ୍ରାମପଂଚାୟତ କୁ ସର୍ବଶ୍ରେଷ୍ଠ ଓ ଆଦର୍ଶ ପଂଚାୟତ ଭାବେ ଗଢିତୋଳିବା ମୋର ଲକ୍ଷ୍ୟ ଓ ଉଦ୍ଦେଶ୍ୟ l ଶିକ୍ଷକନେତା ରୁ ଲୋକଙ୍କ ନେତା ଓ ସେବକ ଭାବେ ଲୋକଙ୍କ ସେବାପାଇଁ ଦିନ ରାତି ଏକ କରୁଥିବା ରୁ ସଞ୍ଜୟ ଙ୍କୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି l

Leave a comment

Your email address will not be published. Required fields are marked *