#Breaking News

ଏନ ଏ ସି ନିର୍ବାହୀ ଅଧିକାରୀ ଶୁଣିଲେନି, ପାଣି ପାଇଂ ଧାରଣା ଦେଲେ ଲୋକେ


ଫୁଲବାଣୀ (ସୁନୀଲ ପଟନାୟକ )
ସରକାର ପ୍ରତି ଘରକୁ ସ୍ଵଛ ପାନୀୟ ଜଳ ଯୋଗାଇ ଦେଉଥିବା କଥା କହୁଛନ୍ତି ହେଲେ ଏ ସବୁ କାଗଜ କଲମ ରେ ଚାଲିଛି lବାରମ୍ବାର ଅଭିଯୋଗ କରିବା ସତ୍ୱେ ନିର୍ବାହୀ ଅଧିକାରୀ କୁଆଡେ ଶୁଣୁନାହାନ୍ତି l
ଫଳରେ ବାଧ୍ୟ ହୋଇ ଧାରଣା ରେ ବସିଲେ ଲୋକେl ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳଜିଲ୍ଲା ବାଲିଗୁଡ଼ା ଏନ ଏ ସି ର ୧ ନମ୍ବର ୱାର୍ଡ ରେ l ସେମାନଙ୍କ ଅଭିଯୋଗ ହେଲା ଯେ ଘରକୁ ପାଣି ପାଇପ ଯୋଗେ ଦିଆଯାଉ ଛି, ନା ପାଣି ଟା ଙ୍କର ଯୋଗେ ଆସୁଛି lଅଭିଯୋଗ କଲେ ବି ଶୁଣୁନାହାଁନ୍ତି ନିର୍ବାହୀ ଅଧିକାରୀ ବୋଲି ୧ ନମ୍ବର କାଉନସିଲର ଅଜୟ ଦିଗଲ କହିଛନ୍ତି lପାଣି ନ ଆସିଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଦିଗଲ ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *