#Breaking News

ଗାଁ ରେ ନେଟୱାର୍କ ନାହିଁ, ଜଙ୍ଗଲ ରେ ଅଫିସ କାମ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲାର ଅର୍ଦ୍ଧାଧିକପଂଚାୟତ ଓ ଗାଁ ଗୁଡିକରେ ବି ଏସ ଏନ ଏଲ 4ଜି ନେଟୱର୍କ
ସୁବିଧା ନାହିଁ l
ଫଳରେ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି lଘାଟିରେ ନେଟାୱାର୍କ ଆସୁଥିବାରୁ ଜଙ୍ଗଲ ରେ ଅଫିସକାମ କରୁଛନ୍ତି ଅଙ୍ଗନବାଡି କର୍ମୀ l ଏ ଚିତ୍ର ହେଉଛି ଫିରିଙ୍ଗିଆ ବ୍ଲକ ଲୁଇସି ଙ୍ଗ ପଂଚାୟତ ର lପାଖରେ ଥିବା ଶୁଟାଣୀ ଘାଟି ରେ ବାହାର ନେଟୱାର୍କ ଆସୁଥିବାରୁ ସେଠାକୁ ଯାଇ ସମସ୍ତେ ସବୁ କାମକୁଆଡେ କରୁଛନ୍ତି l
ଆଜିକାଲି ସମସ୍ତ କାମ ଅନ ଲାଇନ ରେ ହେଉଛି lଚାକିରୀ ଆବେଦନ, ଅଫିସ କାମ, ପିଲାଙ୍କ ପାଠ, ସବୁ ଅନ ଲାଇନ lଲୋକଙ୍କ ଦାବୀ ସତ୍ୱେ ଟାୱାର ବସିପାରିନି ଏଯାଏ l
କନ୍ଧମାଳ ଜିଲ୍ଲାର ଉପାନ୍ତ ଅଂଚଳର 1094ଟି ଗ୍ରାମର ଲୋକଙ୍କୁ ବିଏସଏନଏଲ 4ଜି ସେବା ଅତିଶିଘ୍ର ଯୋଗାଇ ଦିଆଯୀବବୋଲି କୁହାଯାଇଥିଲା lହେଲେ ଏ ଯାଏ କୌଣସିବିଏସଏନଏଲ ଟାୱାର ପ୍ରତିଷ୍ଠା ହୋଇନାହିଁ l

ତେଵେ ଗତ ୭ମାସ ତଳେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ରେଳବାଇ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଜିଲାର ସବୁ ଗ୍ରାମକୁ ନେଟୱାର୍କ ସୁବିଧା ଦିଆଯିବ ବୋଲି ଘୋଷଣା କରିଥିଲେ। ସେହିପରି କନ୍ଧମାଳ ସଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ମଧ୍ୟ କନ୍ଧମାଳ ଜିଲାରେ 4ଜି ମୋବାଇଲ ନେଟୱାର୍କ ସେବା ଯେପରି ସବୁ ଗାଁ ରେ ପହଂଚିବ ସେନେଇ ଯଥା ସାଧ୍ୟ ଉଦ୍ୟମ କରୁଛନ୍ତି lସେ ମଧ୍ୟ ରେଳ ବାଇ, ଟେ ଲି ଯୋଗାଯୋଗ,ଇଲେକ୍ଟ୍ରୋନିକସ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭେଟି ବହୁବାର ଆଲୋଚନା କରିଛନ୍ତି l
କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କନ୍ଧମାଳ ଜିଲାର ଉନ୍ନତି ପାଇଂ ଦେଶରେ କାର୍ଯ୍ୟରତ ସମସ୍ତ ଟେଲି ଯୋଗାଯୋଗ ପ୍ରଦାନକାରୀ ସଂସ୍ଥା ଙ୍କୁ ସେମାନଙ୍କ ନେଟୱାର୍କ ପ୍ରତିଷ୍ଠା କରିବାଲାଗି ନିର୍ଦେଶ ଦିଆଯାଇଥିବା ନେଇ ପତ୍ର ମାଧ୍ୟମ ରେ ସଂl ସଦଡ଼ଃ. ସାମନ୍ତ ଙ୍କୁ ଜଣାଇଛନ୍ତି l
ସଂl ସଦ ବି ଉଦ୍ୟମ ଜାରୀ ରଖିଛନ୍ତି ଆଉ ଅତିଶୀଘ୍ର ଟାୱାର ପ୍ରତିଷ୍ଠା ନେଇ ସେ ବେଶ ଆଶାବାଦୀ ଅଛନ୍ତି l
ତଥାପି ଟାୱାର ପ୍ରତିଷ୍ଠା ହେଇପାରୁନି ଫଳରେ ଲୋକେ ଆନ୍ଦୋଳନମଧ୍ୟ କରୁଛନ୍ତି lତଥାପି କାମ ହେଇପାରୁନି କେବେ ଏସବୁ ପ୍ରତିଷ୍ଠା ହେବ ପଚାରିଲେ କୌଣସି ଉତ୍ତର ମିଳୁନି l ଏ ପରି ସ୍ଥଳେ କେବେ କନ୍ଧମାଳ ଲୋକେ ସୁଫଳ ପାଇବେ ତାହା ଦେଖିବାର କଥା l

Leave a comment

Your email address will not be published. Required fields are marked *