#Breaking News

ବାଲନ୍ଦାପଡା -ନାରାୟଣ ପାଟଣା ରାସ୍ତା ନିର୍ମାଣ ପାଇଁ ବିଧାୟକ ଙ୍କ ଉଦ୍ୟମ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ -ବୋୖଦ୍ଧ ମଧ୍ୟରେ ଥିବା ଦୂରତା ହ୍ରାସ କରିଉଭୟ ଜିଲ୍ଲା ମଧ୍ୟରେ ସମ୍ପର୍କ କୁ ନିବିଡ ଓ ମଜଭୁତ କରିବା ପାଇଁ ଏକ ସର୍ଟ କଟ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଲାଗି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି l
ଏଥିରେ ଫିରିଙ୍ଗିଆ ବି ଡିଓ ରଶ୍ମି ରଞ୍ଜନ ମହନ୍ତ ସମ୍ପୂର୍ଣ ସହଯୋଗ କରୁଛନ୍ତି l
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ବାଲନ୍ଦାପଡା ପଂଚାୟତ ର କେନ୍ଦୁପଡା ଠାରୁ ବୋୖଦ୍ଧ ଜିଲାର ନାରାୟଣ ପାଟଣା ଯାଏ ରାସ୍ତାନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଛି ବିଧାୟକ କହଁର ଓ ବି ଡିଓ ମହନ୍ତ, ଓ ଯନ୍ତ୍ରୀ ପ୍ରମୁଖ ରାସ୍ତା ବୁଲି ଦେଖିବା ସହ କାମ ଆରମ୍ଭ ନେଇ ଆଲୋଚନା କରିଥିଲେ l କଣ୍ଟାମଳ ବିଧାୟକ ମହୀଧର ରଣା ମଧ୍ୟ ଏହି ରାସ୍ତା ପାଇଁ ସମ୍ମତି ପ୍ରଦାନ କରିବା ସହ ଅର୍ଥ ଯୋଗାଇଦେବା ଲାଗି କହିଛନ୍ତି l ବାଲନ୍ଦାପଡା ଠାରୁ କେନ୍ଦୁଗଡା ଯାଏ ବହୁବର୍ଷ ତଳେ 2007/08ବର୍ଷରେ ରାସ୍ତା ନିର୍ମାଣ ହୋଇଥିଲା l ହେଲେ ଏହାପରଠୁ ରାସ୍ତା ନିର୍ମାଣ ହୋଇନଥିଲା l ଏହି ରାସ୍ତା ପାଇଁ ଆଗରୁ ଲୋକେ ଦାବୀ କରିଆସୁଥିଲେ l ବର୍ତ୍ତମାନ ରାସ୍ତା ନିର୍ମାଣ ପାଇଁ ବାତ ଫିଟିବ l ଫଳରେ ଅଞ୍ଚଳବାସୀ ବିଧାୟକ କହଁର ଓ ବି ଡିଓ ମହନ୍ତ ଙ୍କୁ ସାଧୁବାଦ ଜଣାଇବା ସହ ରାସ୍ତା କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ଦାବୀ କରିଛନ୍ତି l
ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମଳ ବିଡ଼ିଓ କଳକୃଷ୍ନ ପ୍ରଧାନ, ନାରାୟଣ ପ୍ରସାଦ ସରପଞ୍ଚ ତାରକାନ୍ତିମାଝି, କୋଇର ମାଣ୍ଡୁ ସମିତି ସଭ୍ୟପଞ୍ଚାନନ ଦିଗଲ, ବାଲନ୍ଦାପଡା ପୂର୍ବତନ ସରପଞ୍ଚ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତଥିଲେ ll

Leave a comment

Your email address will not be published. Required fields are marked *