#Breaking News

ଜଳ ଛାୟା ପକ୍ଷରୁ ଆମ୍ବ ଓ ଫୁଲ ଝ। ଡୁ ଚାଷ ଆଦିବାସୀ ଙ୍କୁ ସ୍ୱାବଲମ୍ବୀ କରିଛି


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)
ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାର ଗରୀବ ଆଦିବାସୀ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଚକାପାଦ ଜଳ ବିଭାଜିକା ପ୍ରକଳ୍ପ ପକ୍ଷରୁ ବନ୍ଧ ଖମଣ
ଗ୍ରାମରେ କରାଯାଇଥିବା ଆମ୍ବ ଓ ଫୁଲ ଝାଡୁଚାଷ ଆଦିବାସୀ ଙ୍କୁ ଆତ୍ମ ନିର୍ଭରଶିଳକରିଛି l
ମହାତ୍ମ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ରେ ବନ୍ଧଖମଣଗ୍ରାମରେ
ଗତ ୨୦ ୨୦/୨୧ଆର୍ଥୀକ ବର୍ଷରେ ୪-୫ ହେକ୍ଟର ଚାଷ ଜମିରେ ୮ଲକ୍ଷ ୩୦ ହଜାର ଟଙ୍କା ଅନୁଦାନରେ ଆମ୍ବ ଓ ଫୁଲ ଝାଡୁଚାଷ କରାଯାଇଥିଲା l Iଏଥିରେ ୨୩୨୭ ଶ୍ରମ ଦିବସ ସୃଷ୍ଟି କରାଯାଇ ୪ଲକ୍ଷ ୮୧ହଜାର ୭୯୩ ଟଙ୍କା ମଜୁରୀ ପ୍ରଦାନ କରାଯାଇଥିବାବେଳେ ସାମଗ୍ରୀ ବାବଦରେ ୩ଲକ୍ଷ ୪୮ହଜାର ୨୦୭ ଟଙ୍କା ଏହି ପରି ମୋଟ ୮ଲକ୍ଷ ୩୦ ହଜାର ଟଙ୍କା ଖର୍ଚ କରାଯାଇ ଥିଲା l । ଗଛ ଚାରା ଯେପରି ନଷ୍ଟ ନ ହେବ ସେଥିପାଇଁ ଚର୍ତୁ ପାଶ୍ୱରେ ତାର ବାଡ଼ ମଧ୍ୟ ବୁଲାଯାଇଥିଲା।
ଫଳରେଚାଷ ଭଲ ହୋଇଥିଲା l ହିତାଧିକାରୀ ମାନେ ଝାଡୁ ବିକ୍ରୀ କରି ଦୁଇପଇସା ପାଇଥିବା କୁହାଯାଉଛି।ଆଗକୁ କଲମୀ ଆମ୍ବ ମଧ୍ୟ ବିକ୍ରିକରି ଲାଭବାନ ହେବେ l
ସେହିପରି ଜିଲ୍ଲାରେ ଗତ ବର୍ଷ ଯାଏ ଦୁଇହଜାର ଛଅଶହ ପଞ୍ଚସ୍ତୋରୀଟି ଫାର୍ମ ପଣ୍ଡ ନିର୍ମାଣ କରାଯାଇ ଚାଷୀମାନଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଥିବା କଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ତ୍ରିପାଠୀ କହିଛନ୍ତି । ଏଥିରେ ୫,୭ ୭,୦୫୨ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି l

କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ବିଭାଜିକା ପକ୍ଷରୁ ଫଳ ଚାଷ କରାଯାଉଛି ଯାହାକି ଆଗାମୀ ଦିନରେ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୁର୍ଦ୍ଧିରେ ସହାୟକ ହେବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ କହିଛନ୍ତି ।

Leave a comment

Your email address will not be published. Required fields are marked *