#Breaking News

ସିମାନବାଡ଼ି ସ୍ମାର୍ଟ ସ୍କୁଲରେ ୧୦ମ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ !


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଦଣ୍ଡ ମୁକ୍ତ ଅଂଚଳରେ ଛାତ୍ରୀଙ୍କୁ କଠୋର ଦଣ୍ଡ । ସ୍ମାର୍ଟ ସ୍କୁଲରେ ୧୦ମ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ୍ । ଶିକ୍ଷୟତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରୀ ଆହତ । ପରିବାର ପକ୍ଷରୁ ଥାନାରେ ଏତଲା । ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଛାତ୍ରୀ ଜଣକ ରାସାୟନିକ ପ୍ରତିକ୍ରିୟାର ଉତ୍ତର ନଦେଇପାରିବାରୁ ରାଗିଯାଇ ଛାତ୍ରୀଙ୍କ ମୁଣ୍ଡର ଚୁଟି ଟାଣିବାସହ ଏକ ବାଡ଼ିରେ ଦୁଇଟି ହାତର ଡେଣା ଓ ହାତ ପାପୁଲିକୁ ମାଡ଼ ମାରି ବିଦ୍ୟାଳୟର ବିଜ୍ଞାନ ବିଭାଗର ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନ ଛାତ୍ରୀଙ୍କୁ ଆହତ କରିଥିବା ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଛାତ୍ରୀଙ୍କ ପିତା ଏନେଇ ଦାରିଙ୍ଗବାଡ଼ି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ପ୍ରକାରେ ସିମନବାଡ଼ି ସ୍ଥିତ ଲାଦାମାଲା ଗ୍ରାମର ଅଶୋକ ଦିଗାଲଙ୍କ ଝିଅ କୁମାରୀ ଆରିନ ଦିଗାଲ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୧୦ ମ ଶ୍ରେଣୀରେ ପାଠ ପଢ଼ନ୍ତି । ଗତ ବୁଧବାର ଦିନ ସ୍କୁଲ ଯାଇଥିବା ବେଳେ ୧୧ ଟା ସମୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନ ପିଲାଙ୍କୁ ତାପ ଉତ୍ପାଦି ରାସାୟନିକ ପ୍ରତିକ୍ରିୟା ବିଷୟରେ ପାଠ ପଢ଼ାଇ ପ୍ରଶ୍ନ ପଚାରିଥିଲେ । ହେଲେ କୁମାରୀ ଆରିନ ଦିଗାଲ ଏହି ପ୍ରଶ୍ନର ସଠିକ ଭାବେ ଉତ୍ତର ଦେଇନପାରିବାରୁ ଶିକ୍ଷୟିତ୍ରୀ ରାଗିଯାଇ ଅମାନୁସିକ ଭାବେ ଛାତ୍ରୀ କୁମାରୀ ଆରିନ ଦିଗାଲଙ୍କୁ ମୁଣ୍ଡର ଚୁଟି ଘୋଷାରି ଏକ ବାଡ଼ି ସାହାଯ୍ୟରେ ଛାତ୍ରୀଙ୍କ ଡେଣା ଓ ହାତ ପାପୁଲିରେ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ । ସ୍କୁଲ ଛୁଟି ପରେ ଛାତ୍ରୀ ଜଣକ ଘରେ ପହଁଚିବା ପରେ ମା ସମିତା ଦିଗାଲ ଓ ବାପା ଅଶୋକ ଦିଗାଲଙ୍କୁ ସବୁ ଘଟଣା ବିଷୟରେ କହିବା ସହ ମାଡ଼ ହୋଇଥିବା ସ୍ଥାନ ଗୁଡିକୁ ଦେଖାଇଥିଲେ । ଆରିନ ଦିଗାଲ କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଯୋଗୁଁ ମେଡିସିନ ଖାଇ ତିନି ଦିନ ପୂର୍ବରୁ ସୁସ୍ଥ ହୋଇ ସ୍କୁଲକୁ ଯାଇଥିଲେ । ହେଲେ ଏଭଳି ମାଡ଼ ଯୋଗୁଁ ଛାତ୍ରୀ ଜଣକ ଶାରୀରିକ ସ୍ତରରେ ଅସୁସ୍ଥ ହେବା ସହ ମାନସିକ ଚାପରେ ରହିଥିବା ବେଳେ ଶିକ୍ଷୟତ୍ରୀଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି l ଏଣୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ଏବଂ ସମ୍ପୃକ୍ତ ଶିକ୍ଷୟତ୍ରୀ ସ୍କୁଲରେ ଥିବା ପର୍ଯ୍ୟନ୍ତ ବିଦ୍ୟାଳୟକୁ ଯିବେ ନାହିଁ ବୋଲି ପିଡ଼ିତା ଛାତ୍ରୀ ଜଣକ କହିଛନ୍ତି । ଅନ୍ୟ ପକ୍ଷରେ ଏନେଇ ଅଭିଯୋଗ ଆସିଥିବା ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଉଦ୍ଧେଶ୍ୟ ମୂଳକ ଭାବେ ଛାତ୍ରୀଙ୍କୁ ମାଡ଼ ମାରିନାହାନ୍ତି । ପାଠ ନ ବୁଝି ପାରିବାରୁ ତାଗିଦ୍ କରି ଗୋଟିଏ ବାଡେଇଥିଲେ । ଏବଂ ଛାତ୍ର ଛାତ୍ରୀଙ୍କୁ ସେ ନିଜ ପୁଅ ଝିଅ ଭଳି ଭଲ ପାଇ ୧୨ବର୍ଷ ହେଲା ଏଠାରେ ଶିକ୍ଷା ଦାନ କରି ଆସୁଛନ୍ତି । ସମ୍ପୃକ୍ତ ଛାତ୍ରୀଙ୍କୁ ପାଠ ବୁଝାଇବା ପାଇଁ ଯାଇ ଗୋଟିଏ ମାଡ଼ ଦେଇଥିବା ବେଳେ ଛାତ୍ରୀଙ୍କ ପିତାମାତା ଯାହା ଥାନାରେ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି ଶିକ୍ଷୟତ୍ରୀ । ଯଦି ସେ ଛାତ୍ରଛାତ୍ରୀଙ୍କୁ ପାଠ ବୁଝାଇବା ଭୁଲ୍ ତେବେ ସେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ।

Leave a comment

Your email address will not be published. Required fields are marked *