ପ୍ରେସ କ୍ଲୁବ ଓ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ପକ୍ଷରୁ ବୃକ୍ଷ ରୋପଣ

ଫୁଲବାଣ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ରବିବାର ଵୃଦ୍ଧାଶ୍ରମ ରାସ୍ତା ରେ ବିଭିନ୍ନ କିସମ ର ବୃକ୍ଷ ରୋପଣ କରାଯାଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରେସ କ୍ଲୁବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଫିଲିମୋହୋନ ନାୟକ, ସୁବାସ ପ୍ରଧାନ, ଅଜିତ ମହାରଣା, ସନ୍ତୋଷ ଦିଗଲ, ସ ମ୍ପାଦକ ପ୍ରଶାନ୍ତ ବେହେରା, ଉପସଭାପତି ସତ୍ୟ ନାରାୟଣ ବେହେରା, ସୁ ନିଲବିଶ୍ୱାଳ,ସହସଂପାଦକ ରମେଶ ପ୍ରଧାନ, ସୂର୍ଯ୍ୟ […]

କନ୍ଧମାଳ ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ଟି.ଏଲ୍‌.ଏମ୍‌.କିଟ୍‌ ବଣ୍ଟନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟରେ ଟି.ଏଲ୍‌.ଏମ୍‌. କିଟ୍‌ ବଣ୍ଟନ କରାଯାଇଛି । ଜିଲାର ମୋଟ ୨୧୨ ଜଣ ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଏହି କିଟ୍‌ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି 9ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ ଯୋଗଦେଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ପାଇଁ ସିକନ୍ଦରାବାଦ ସ୍ଥିତ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ସଶକ୍ତିକରଣ ପାଇଁ ଜାତୀୟ ପ୍ରତିଷ୍ଠାନ […]

କନ୍ଧମାଳ :ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଶିଶୁ ବୋଧ ଠାରୁ ଦଶମ ପର୍ଯ୍ୟନ୍ତ ୧୬୬ ଜଣ ଶିଶୁ ବିଜ୍ଞାନି ମାନେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯ଜଣ ବିଚାରକ […]

ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ: କାହା ସ୍ୱାର୍ଥରେ ସ୍ମାର୍ଟ ସ୍କୁଲ : ବିଦ୍ୟାଳୟରେ ପଢ଼ାଇବା ପାଇଁ ନାହାନ୍ତି ଶିକ୍ଷକ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ମାର୍ଟ ହେଲା ସ୍କୁଲ। ଆଉ ଗୁଣାତ୍ମକ ଶିକ୍ଷା ପାଇଁ ସବୁପ୍ରକାଶ ଉଦ୍ୟମ କରାଗଲା। ଏଥିପାଇଁ ବିଦ୍ୟାଳୟ ପିଛା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଲା। ହେଲେ ଶିକ୍ଷକ ଅଭାବ ସମସ୍ୟା ପୂର୍ବ ଭଳି ସମାନ ରହିଲା। ଏହିପରି ଆବଶ୍ୟକ ଶିକ୍ଷକ ନଥାଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ଚାଲିଛି ପାଠପଢ଼ା।ସ୍କୁଲର ସମସ୍ୟା ନେଇ ବୁଡ଼ାଗୁଡା ଗ୍ରାମବାସୀ ଓ ପରିଚାଳନା କମିଟି ପକ୍ଷରୁ ବିଭାଗୀୟ […]

ବ୍ଲକ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରି ଶାନ୍ତି ଶୃଙ୍ଖଳା ସହ କିପରି ପାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ […]

କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠକୁ ଶହ ଶହ କାଉଡ଼ିଆଙ୍କ ଆଗମନ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ କାଉଡ଼ିଆ ମାନେ ସେମାନଙ୍କର ମାନସିକ ପୁରଣ ପାଇଁ ଶୈବପୀଠ ମାନଙ୍କୁ ଯାଇ ପାରିନଥିବା ବେଳେ ଚଳିତ ବର୍ଷ କୌଣସି ପ୍ରକାର କଟକଣା ନଥିବା ଯୋଗୁଁ ପ୍ରତି ସୋମବାର ଶହ ଶହ ସଂଖ୍ୟା ରେ କାଉଡ଼ିଆ ଜାଳଲାଗି ବିଭିନ୍ନ ଶୈବ ପୀଠ ମାନଙ୍କୁ ଗସ୍ତ କରୁଥିବା ବେଳେ ଚଳିତ ସୋମବାରରେ ଜଳଲାଗି ପାଇଁ ଖୋଦ୍‍ ଫୁଲବାଣୀ ସହରରୁ ଶହ ଶହ ସଂଖ୍ୟାରେ ଉଭୟ ପୁରୁଷ […]

ସ୍କାର୍ଟ ସ୍କୁଲ କାମ ନିମ୍ନମାନର ଅଭିଯୋଗ,ପାଚେରୀ ଭୁଷୁଡ଼ିଲା

ଫୁଲ ବାଣୀ-୩୦/୦୭ ସରକାର ଛାତ୍ରଛାତ୍ରୀମାନ ଙ୍କୁ ଉନ୍ନତମାନର ଶିକ୍ଷା ଦେବାପାଇଁ କୋଟିକୋଟି ଟଙ୍କା ବ୍ୟୟରେ ସ୍କାର୍ଟ ସ୍କୁଲମାନ ନିର୍ମାଣ କରୁଛନ୍ତି ସତ ହେଲେ ଏ ସବୁର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ କେଉଁଠି ବର୍ଷା ହେଲେ ପାଣି ଚାଲୁଛି ତ ଆଉ କେଉଁଠି ପାଚେରୀ ଭୁଷୁଡି ଲାଣି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ କୁର୍ତ୍ତମ ଗଡ଼ ପଞ୍ଚାୟତର ରାମଚନ୍ଦ୍ରଦେଓ ଉଚ୍ଚବିଦ୍ୟାଳୟରେ ।ସୂଚନାଯୋଗ୍ୟଯେ ଗତ ଦୁଇ ଦିନର ଲଗାଣବର୍ଷାରେସ୍କାର୍ଟ ସ୍କୁଲର ପାଚେରୀ ପାଖାପାଖି ୫୦ […]

ଦେଶୀଯୁଗାଡରେ ନିଜ ପାଇଁ ନିଜେ କଲେ ଝୁଲା ପୋଲ

ଫୁଲବାଣୀ(ସୁନୀଲପଟନୀୟକ)ବାରମ୍ଵାର ଗୁହାରୀ ପରେବି ଶୁଣିଲାନି ପ୍ରଶାସନ। ଆଉ କେତେଦିନ ଅପେକ୍ଷା କରିଥାନ୍ତେ ଲୋକେ,? ଶେଷରେ ଦେଶୀ ଯୁଗାଡରେ ଗାଁ ଲୋକେ ନିଜେ ଚ।ନ୍ଦା କରି ଝୁଲା ପୋଲ ଟିଏ କରି ଏବେ ଯାଆ ଆସ କରୁଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାକ ନୂଆ ଗାଁ ବ୍ଳକ ରଡ଼ବେରିକିଆ ଗ୍ରାମରେ। ପ୍ରତିବର୍ଷ ବର୍ଷା ଦିନରେ ନାଳରେ ପାଣି ଆସିଲେ ଗାଁବାହାରକୁ ଆସିପାରନ୍ତିନି ଏହି ଗ୍ରାମର ଲୋକେ । ଦେହ ଖରାପ ହେଲେ ତ କଥା […]

ଶ୍ରୀ ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତିଙ୍କ କନ୍ଧମାଳ ଜିଲ୍ଲା ଗସ୍ତ

ଫୁଲବାଣୀ (ସୁନୀଲ ପଟନାୟକ ) ଶ୍ରୀ ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତି ନିମିଶ ପାଣ୍ଡିଆ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ସେବା ସମିତିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି ଅବସରରେ ତାଙ୍କ ସହିତ ସଂଗଠନର ଜାତୀୟ ଆଧ୍ୟାତ୍ମିକ ସଂଯୋଜକ ଶ୍ରୀ ମୁରଲୀ ଯଜୁ, ଜାତୀୟ ଆଦିବାସୀ ଉନ୍ନୟନ ନିର୍ବାହକ ଶ୍ରୀ D S ରାମୁ, ରାଜ୍ୟ ଆୟକର ପ୍ରିନ୍ସିପାଲ ଡାଇରେକଟର J କ୍ରିଷ୍ଣ କିଶୋର ଓ ରାଜ୍ୟ ଟ୍ରଷ୍ଟ ର […]

ଫୁଲବାଣୀ ସହର ରୂ ୧୦ ଫୁଟ୍ ର ଅଜଗର ସାପ ଉଦ୍ଧାର

ଫୁଲବାଣୀ (ସୁନୀଲ ପଟନାୟକ )ଆଜି ରାତି ୯:୧୫ ସମୟରେ ଫୁଲବାଣୀ ର ନଦିଖଣ୍ଡି ସାହିର ଜଗଦୀଶ ପ୍ରସାଦ କହଁର ଙ୍କ ଘର ପାଖରେ ଏକ ଅଜଗର ସାପ ପଶିଥିବା ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଡେରି ନକରି ଟିମ୍ ହ୍ୟୁମାନିଟି କନ୍ଧମାଳ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ ,ଭି.ଜଗନ୍ନାଥ ରାଜୁ , ସାଇରାମ ପାତ୍ର , ଅନ୍ତର୍ଯ୍ୟାମୀ ପ୍ରଧାନ , […]