#Breaking News #Uncategorized

ପ୍ରେସ କ୍ଲବ ଓ ସମାଜ ପକ୍ଷରୁ କଟ୍ରିଙ୍ଗିଆ ମା ଗୃହ ପରିସରରେ ସ୍ୱାସ୍ଥ୍ୟ ପରୀକ୍ଷା


ଫୁଲବାଣୀ (ସୁନୀଲ
ପଟନାୟକ )
ସେବାସପ୍ତାହ ଅବସରରେ ଆଜି ସୋମବାରଫୁଲବାଣୀ ବ୍ଲକ ଅନ୍ତର୍ଗତ କଟ୍ରିଙ୍ଗିଆ ସ୍ଥିତ ସ୍ଵାତି ସ୍ଵେଛା ସେବୀ ସଂଗଠନ ଦ୍ୱାରା ପରିଚାଳିତ ମା ଗୃହ ପରିସର ରେ
ଜିଲ୍ଲା ପ୍ରେସ କ୍ଲବ ଓ ସମାଜ ପକ୍ଷରୁ
ଗର୍ଭବତୀମା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନ କରାଯାଇଥିଲା l
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସ୍ଵାତି ଅଧ୍ୟକ୍ଷପ୍ରଶାନ୍ତ ଶତପଥୀ, ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା, ସମାଜ ଜିଲ୍ଲା ପ୍ରତିନିଧି ଅଶୋକ ମହାନ୍ତି ଯୋଗଦେଇ ସୁଚିନ୍ତିତ ମତ ଦେଇଥିଲେ l
ସ୍ଵାତି ର ଅଭିଜ୍ଞଏ ଏନଏମ ସଂଯୋଜକ ଗୀତାଞ୍ଜଳି ମୁଖି,ସସ୍ମିତା ବେହେରା, ରାମେଶ୍ୱରୀ ଦିଗଲ ପ୍ରମୁଖ ଗର୍ଭବତୀ ମା ମାନଙ୍କ ବ୍ଲଡ଼ ପ୍ରେସର, ଓଜନ ହିମୋଗ୍ଲୋବିନ, ଆଦି ପରୀକ୍ଷା କରି ଥିଲେ l
ମା ଗୃହରେ ସଂସ୍ଥା ପକ୍ଷରୁ ସ୍ଵଛ ପରିବେଶ ମଧ୍ୟରେ ଉନ୍ନତ ମାନର ଜଳଖିଆ, ୨ଓଳା ପୁଷ୍ଟିକର ଖାଦ୍ୟ, ଅହରହ ବିଦ୍ୟୁତ ଆଲୋକ, ପଙ୍ଖା, କୁଲର ବ୍ୟବସ୍ଥା ସହ ଖଟସହ ଗଦି ର ବ୍ୟବସ୍ଥା ଆଦି ମଧ୍ୟବ୍ୟବସ୍ଥା ମଧ୍ୟରେ ଗର୍ଭବତୀ ମା ମାନଙ୍କୁ ରଖାଯାଉଥିବା ଦେଖିବାକୁ ମିଳିଥିଲା ପାଖାପଖି ୧ ୨ ଜଣ ମା ଙ୍କ ପାଇଁ ବ୍ୟବସ୍ଥା ରହିଛିl ସବିତା ମହାକୁଡ଼ ସମସ୍ତ ଦାଇତ୍ୱ ବହନ କରୁଛନ୍ତି ll
ଏ ହି ମା ଗୃହ ଉପରେ କଟ୍ରିଙ୍ଗିଆ, ବିସିପଡ଼l, ଜାମଝରି, ଆଦି ପଂଚାୟତ ରଗ୍ରାମ ନିର୍ଭର କରୁଥିବା ସ୍ଵାତି ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ସୂଚନା ଦେଇଥିଲେ l

Leave a comment

Your email address will not be published. Required fields are marked *