#Breaking News

ମୁନିସିପାଲିଟି ପକ୍ଷରୁ ରାସ୍ତା ଉନ୍ନତିକରଣ , ଲୋକେ ଖୁସ


ଫୁଲବାଣୀ (ସୁନୀଲ ପଟନାୟକ )
ଦିନ ଥିଲା ସେହି ରାସ୍ତାରେ ଲୋକେ ଯିବାଆସିବାକରିବାକୁ ନାକ ଟେକୁଥିଲେ, ଲୋକେପରିଶ୍ରା କରିବାପାଇଁ ବ୍ୟବହାର କରୁଥିଲେ l
ରାସ୍ତା ଅବସ୍ଥା କଦର୍ଯ୍ୟ ହୋଇପଡ଼ିଥିଲା, ଖାଲ ଖମା ହୋଇ ମଝିରେ ମଝିରେ ପାଣି ବି ଜମୁଥିଲା lଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ l
ତେଵେ ବର୍ତମାନ ନିର୍ବାଚନ ପରେ ମୁନିସିପାଲିଟି ଅଧ୍ୟକ୍ଷା ଭାବେ ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ନିର୍ବାଚିତ ହେବାପରେ ଦିନ କେଇଟା ମଧ୍ୟରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ
ହାତକୁ ନିଆଯାଇଛି l
ସେଥିମଧ୍ୟରୁ ୬ ନମ୍ବର ୱାର୍ଡ ଜେଲ ରୋଡ ରେ ଫେବର ବ୍ଲକ ପକାଯାଇ ଉନ୍ନତ ଓସୁନ୍ଦର ରାସ୍ତା ନିର୍ମାଣ କରାଯାଉଛି lଫଳରେ ସାହିବାସିନ୍ଦା ବେଶ ଖୁସି ଅନୁଭବ କରିଛନ୍ତି l
ଅଧ୍ୟକ୍ଷା ସ୍ମିତାରାଣୀ କାଉନସିଲର ନିବେଦିତା ପାତ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି l ସେହିପରି ସହର ର ବିଭିନ୍ନ ୱାର୍ଡ ରେ ଡ୍ରେନ ଗୁଡିକର ସଫେଇ, ମରାମତି ସହ କଭର ପ୍ଲେଟ ବି ପକାଯାଉଛି l
ପ୍ରତିଦିନ ସଫେଇ କରି ସହର କୁ ପରିଷ୍କାର ପରିଛନ ରଖାଯାଇଛି l ଏଥିରେ ଅଧ୍ୟକ୍ଷା ଶ୍ରିମତି ମହାନ୍ତି, ନିର୍ବାହୀ ଅଧିକାରୀ
ବଳଦେବ ବେହେରା, କନିଷ୍ଠ ଯନ୍ତ୍ରୀ, ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, ଓ ସମ୍ପୂର୍ଣ ସହଯୋଗ ଯୋଗୁଁ ସହର ରେ ବିକାଶ ସମ୍ବବ ହୋଇପାରିଥିବା କୁହାଯାଉଛି l
ଆଗକୁ ଆହୁରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି କହିଛନ୍ତି l

Leave a comment

Your email address will not be published. Required fields are marked *