#Breaking News

ଫୁଲବାଣୀ ସହର ରୂ ୧୦ ଫୁଟ୍ ର ଅଜଗର ସାପ ଉଦ୍ଧାର


ଫୁଲବାଣୀ (ସୁନୀଲ ପଟନାୟକ )
ଆଜି ରାତି ୯:୧୫ ସମୟରେ ଫୁଲବାଣୀ ର ନଦିଖଣ୍ଡି ସାହିର ଜଗଦୀଶ ପ୍ରସାଦ କହଁର ଙ୍କ ଘର ପାଖରେ ଏକ ଅଜଗର ସାପ ପଶିଥିବା ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଡେରି ନକରି ଟିମ୍ ହ୍ୟୁମାନିଟି କନ୍ଧମାଳ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ ,ଭି.ଜଗନ୍ନାଥ ରାଜୁ , ସାଇରାମ ପାତ୍ର , ଅନ୍ତର୍ଯ୍ୟାମୀ ପ୍ରଧାନ , ଅନୁପ ବିକ୍ରମ ପାତ୍ର , ଏସ ଅବଦୁଲ ସାକୀର , ତୁରନ୍ତ ଉକ୍ତ ସାହିରେ ପହଞ୍ଚିଥିଲେ। ପ୍ରାୟ ୯-୧୦ ଫୁଟ ଲମ୍ବ ଥିବା ଅଜଗର ସାପଟିକୁ ଟିମ୍ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ସହରଠୁ ଦୂର ଜଙ୍ଗଲରେ ନେଇ ଛାଡ଼ି ଆସିଥିଲେ। ବର୍ଷାଋତୁ ଯୋଗୁଁ ଏଭଳି ଅନେକ ସମୟରେ ସାପ ଜନ ବସତି ଅଞ୍ଚଳକୁ ଚାଲି ଆସୁଛନ୍ତି ବୋଲି ଉଦ୍ଧାରକାରୀ ସଦସ୍ୟ ମାନେ କହିଛନ୍ତି। ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ ରଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।

Leave a comment

Your email address will not be published. Required fields are marked *