#Breaking News

ଶ୍ରୀ ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତିଙ୍କ କନ୍ଧମାଳ ଜିଲ୍ଲା ଗସ୍ତ


ଫୁଲବାଣୀ (ସୁନୀଲ ପଟନାୟକ )

ଶ୍ରୀ ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତି ନିମିଶ ପାଣ୍ଡିଆ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ସେବା ସମିତିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି ଅବସରରେ ତାଙ୍କ ସହିତ ସଂଗଠନର ଜାତୀୟ ଆଧ୍ୟାତ୍ମିକ ସଂଯୋଜକ ଶ୍ରୀ ମୁରଲୀ ଯଜୁ, ଜାତୀୟ ଆଦିବାସୀ ଉନ୍ନୟନ ନିର୍ବାହକ ଶ୍ରୀ D S ରାମୁ, ରାଜ୍ୟ ଆୟକର ପ୍ରିନ୍ସିପାଲ ଡାଇରେକଟର J କ୍ରିଷ୍ଣ କିଶୋର ଓ ରାଜ୍ୟ ଟ୍ରଷ୍ଟ ର ପୂର୍ବତନ ସଭ୍ୟ ସମ୍ପାଦକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଉପସ୍ଥିତ 400 ରୁ ଉର୍ଦ୍ଧ୍ୱ ସାଇ ଆଶ୍ରିତ ମାନଙ୍କୁ ପ୍ରେରଣା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ନିମିଶ ପାଣ୍ଡିଆ ମହୋଦୟ ଉଦବୋଧନ ଦେଇ ସଂଗଠନର ଆଭିମୁଖ୍ୟ ଓ ସମାଜରେ ଏକ ସୁସ୍ଥ ତଥା ପ୍ରେମ ପୂର୍ଣ୍ଣ ବାତାବରଣର ସୃଷ୍ଟି ଉପରେ ଆଲୋକପାତ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଥିଲେ l କ୍ରିଷ୍ଣ କିଶୋର ମଧ୍ୟ ସ୍ୱାମୀଙ୍କ ବାର୍ତ୍ତା ସମ୍ବନ୍ଧୀୟ ଏକ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ କନ୍ଧମାଳ ର ଜିଲ୍ଲା ସଭାପତି ମଧୁସୂଦନ ମହାପାତ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ରାଜ୍ୟ ଯୁବ ସଂଯୋଜକ ଚିନ୍ମୟ ପତି, ସାଇ ପ୍ରଶାନ୍ତି ମହାନ୍ତି ପରିଚାଳନା କରିଥିଲେ ଓ ଶେଷରେ ସରୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Leave a comment

Your email address will not be published. Required fields are marked *