#Breaking News

ଜନସୁରକ୍ଷା ମଞ୍ଚ ତରଫରୁ ପଲ୍ଲିସଭା ଅନୁଷ୍ଠିତ

ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି:(ଉଲପ୍ରା )ଜନ ସୁରକ୍ଷା ମଞ୍ଚ ତରଫରୁ ଜଳ ଉତ୍ସ ର ବିକାଶ ଓ ନିରନ୍ତର କୃଷି ନିମନ୍ତେ ଏକ ବ୍ଲକ ସ୍ତରୀୟ “ସ୍ଵତନ୍ତ୍ର ପଲ୍ଲୀ ସଭା, ଗ୍ରା:ପ -ଦିଗୀ, ଗ୍ରାମ -କାର୍ଲିଛୁଅଁ ଠାରେ ଶୁଭାରମ୍ଭ କରାଗଲା ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶା ଏବଂ ଆତ୍ମଶକ୍ତି ଟ୍ରଷ୍ଟ ସହଯୋଗରେ ଆୟୋଜିତ ହେଇଥିବା ଏହି ଅଭିଯାନ ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ କିଶୋର ନାୟକ ଦିଗୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଶ୍ରୀଯୁକ୍ତ ପ୍ରହ୍ଲାଦ ସାନ୍ତା ୱାର୍ଡ ସଭ୍ୟ କାର୍ଲିଛୁଅଁ ଗ୍ରାମ ଏବଂ ସ୍ଥାନୀୟ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ କୃଷକ ମାନେ ଉପସ୍ଥିତ ଥିଲେ ଏବଂ ସଂଗଠନର କର୍ମୀ ଭାଇ ତ୍ରିଲୋଚନ ବାଘ, ଦିଲ୍ଲୀପ କୁମାର ଛତ୍ରିଆ ଉପସ୍ଥିତ ଥିଲେ ଉକ୍ତ ପଲ୍ଲିସଭାରେ ଜଳ ଉତ୍ସ ର ବିକାଶ ଓ ନିରନ୍ତର କୃଷି ସମ୍ପର୍କିତ ବିଷୟରେ ଆଲୋଚନା କରାଯାଇ ସେ ବିଷୟରେ ଏକ ଜନସଚେତନା ସୃଷ୍ଟି କରାଗଲା |ଏବଂ ସ୍ଥାନୀୟ ପାଣି ସମସ୍ୟା କୁ ଚିହ୍ନଟ କରି ତାକୁ ଆଗାମୀ ଗ୍ରାମସଭା ରେ ଉପସ୍ଥାପନା କରିବା ପାଇଁ କମିଟି ଗଠନ କରାଗଲା ଏହି କାର୍ଯ୍ୟକ୍ରମ ଦୀର୍ଘ 14 ଦିନ ଧରି ଚଳିବ |

Leave a comment

Your email address will not be published. Required fields are marked *