କନ୍ଧମାଳ ସାଂସ୍କୃତିକ କାର୍ଯ୍ୟଳୟ ଜରାଜୀର୍ଣ୍ଣ ଅବସ୍ଥାରେ

Udaya_Labanya | August 5, 2022 | 13 views |0 | Breaking News


ଫୁଲବାଣୀ (ଉଲାପ୍ର )
କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ସାଂସ୍କୃତିକ କାର୍ଯ୍ୟଳୟ ଟି ସାଂସ୍କୃତିକ ଅଧିକାରୀ ଓ କର୍ମଚାରୀ ଙ୍କ ଅଣଦେଖା ଫଳରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହି ଥିବାର ଦେଖିବାକୁ ମିଳିଛି।କହିବାକୁ ଗଲେ ଏହି କାର୍ଯ୍ୟଳୟ କୁ ପ୍ରତିଦିନ ଅଧିକାରୀ ଓ କର୍ମଚାରୀ ଆସନ୍ତି କିନ୍ତୁରକ୍ଷଣାବେକ୍ଷଣ ଅଭାବରୁ କାର୍ଯ୍ୟଳୟ ର ମୁଖ୍ୟ ଫାଟକ ରେ ଲାଗିଥିବା ସାଂସ୍କୃତିକ କାର୍ଯ୍ୟଳୟ ଲାଇଟ ଭାଂଗିଗଲାଣି ହେଲେବି ପ୍ରତିଦିନ ଦେଖି ଏତେ ଦାଇତ୍ୱ ବାନ ଅଧିକାରୀ ଓ କର୍ମଚାରୀ ଅଛନ୍ତି ତିଆରି କରିପାରୁନାହାନ୍ତି କି ପରିବେଶ ସୁନ୍ଦର ମଧ୍ୟ କରିବାରେ ବିଫଳ ହେଉଛନ୍ତି।ସେହିପରି ମଧ୍ୟ ଜିଲ୍ଲାର କଣ ସବୁ ସାଂସ୍କୃତିକ କ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ହେଉଛି କଳାକାରମାନଙ୍କୁ ଜଣାଉନାହାନ୍ତି କି ନୋଟିସ ବୋର୍ଡ଼ରେ କିଛି ଲଗାଉନାହାନ୍ତି ଏବଂ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ବାରଗୋଟି ବ୍ଲକ ରେ କାର୍ଯ୍ୟ କରୁଥିବା ବ୍ଲକ କଳା ସଂସ୍କୃତି ସଂଘ ପ୍ରତି କୁଆଡେ ଅଣଦେଖା କରୂ ଥିବା ଅଭିଯୋଗ ହେଉଛି l ସେହିପରି ସଂସ୍କୃତି ସଂଘ ସହିତ ଜଡିତ ନଥିବା କଳା ଅନୁଷ୍ଠାନ କୁ ଏକାଧିକ କାର୍ଯ୍ୟକ୍ରମମାନ ଦେଉଥିବା ନେଇ କଳାକାରମାନେ ଅଭିଯୋଗ କରୁଛନ୍ତି। ଫଳରେ ଜିଲ୍ଲାର କଳାକାର ମାନେ ସରକାରଙ୍କ ସମସ୍ତ ସୁବିଧାରୁ ବଂଚିତ ହେଉଛନ୍ତି କାମ ନପାଇ ହାତ ବାନ୍ଧି ବସିଛନ୍ତି lକନ୍ଧମାଳ ଜିଲ୍ଲା ପାଳ ଜ଼ିଲ୍ଲା ସାଂସ୍କୃତିକ ଅଧିକାରୀ ଙ୍କ କାର୍ଯ୍ୟକଳାପ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିକରିଛି କଳାକାର ସଙ୍ଘ l
ଏ ସମ୍ପର୍କରେ ଜିଲା ସଂସ୍କୃତି ବିଭାଗ ଅଧିକାରୀ ଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ମିଳିପାରିନାହିଁ l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories