#Breaking News

ଡାବୁଗାଁ ବ୍ଲକ ସୋରାଗୁଡ଼ା ଠାରେ ସ୍ଵତନ୍ତ୍ର ପଲ୍ଲୀସଭା ଅଭିଯାନ ଅନୁଷ୍ଠିତ

ନବରଙ୍ଗପୁର/ ଡାବୁଗାଁ(ଉଲାପ୍ର ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୋଇଲାରି ପଞ୍ଚାୟତ ଅନ୍ତର୍ଗତ ସୋରାଗୁଡ଼ା ଗ୍ରାମରେ ଜିଲ୍ଲାରେ ଜନ ଅଧିକାର ଓ ଜୈବିକ ଚାଷ ଉପରେ କାଯ୍ୟ କରୁଥିବା ଲୋକ ସଂଗଠନ ଜନ ସୁରକ୍ଷା ମଞ୍ଚ ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ପ୍ରୟାସରେ “ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି” ନିମନ୍ତେ ସ୍ବତନ୍ତ୍ର ପଲ୍ଲୀସଭା ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ୱାଡ ମେମ୍ବର ଶ୍ରୀ ମତୀ ଲଳିତ ପାନକା ସଭାପତିତ୍ବ କରି ସଭା ପରିଚାଳନା କରିଥିଲେ ଓ ଶ୍ରୀମତୀ ଦନେଇ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବୈଠକ ପ୍ରାରଭରେ ଉପସ୍ଥିତ ଥିବା ଆତ୍ମାଶକ୍ତି ଟ୍ରଷ୍ଟ ନବରଙ୍ଗପୁର ଜିଲ୍ଲା ଟିମ୍ ଲିଡର ଶ୍ରୀ ବସନ୍ତ କୁମାର ସ୍ବାଇଁ କୃଷି ,କୃଷକ ଓ ଦ୍ୱିତୀୟ କୃଷି ସହ ଜୈବିକ କୃଷି ପଦ୍ଧତି ଉପରେ ବିସ୍ତୃତ ଭାବରେ ତଥ୍ୟ ଆଲୋଚନା ମାଧ୍ୟମରେ ଉପସ୍ଥାପିତ କରିଥିଲେ। ଉପସ୍ଥିତ ଗ୍ରାମବାସୀଙ୍କ ମତାମତ ନେଇ ସ୍ଵତନ୍ତ୍ର ପଲ୍ଲିସଭାରେ ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ। ଏହାପରେ ପଞ୍ଚାୟତ ପ୍ରତିନିଧି,

ଅଗ୍ରଣୀ କୃଷକ ଓ ଲୋକମାନଙ୍କ ମତାମତ ନେଇ ଜଳସମସ୍ୟା ଚିହ୍ନଟ ଓ ଏହାର ନିରାକରଣ ଉପରେ ଜନସଚେତନା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଚିରସ୍ଥାୟୀ କୃଷି ନିମନ୍ତେ ପଦକ୍ଷେପ ନେବାକୁ ଗ୍ରାମରେ ଏକ ଦଶଜଣିଆ କାଯ୍ୟକରୀ କମିଟି ଗଠନ କରାଯାଇଥିଲା । ଲୋକମାନଙ୍କ ଦ୍ବାରା ଚିହ୍ନଟ କରାଯାଇଥିବା ସ୍ଥାନୀୟ ଜଳ ସମସ୍ୟା , ଚାଷକ୍ଷେତ୍ର ଓ ଗ୍ରାମର ସମସ୍ୟାକ ସହ ଜମି ସମତଳ କାର୍ଯ୍ୟ ଦାବି ପାଇ ଏହାକୁ ଆଗାମୀ ଦିନରେ ହେବାକୁ ଥିବା ଗ୍ରାମସଭାରେ ଉପସ୍ଥାପନା କରିବା ପାଇଁ କାଯ୍ୟକାରୀ କମିଟିକୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଏହି ଅଭିଯାନ ବୈଠକରେ ଆତ୍ମାଶକ୍ତି ଟ୍ରଷ୍ଟର ବ୍ଲକ ସଂଯୋଜକ ଶ୍ରୀ ଚନ୍ଦ୍ରଭାନୁ ଭୁକ୍ତା ଅଭିଯାନର ଉଦ୍ଧେଶ୍ୟ ଓ ପ୍ରଭାବ ଉପରେ ସୂଚନା ଦେଇଥିଲେ। ଗ୍ରାମର ଅଗ୍ରଣୀ ଚାଷୀ ଶ୍ରୀ ଲାଇବାନ ଭତ୍ରା, ଶୁକଦେବ ଭତ୍ରା ଓ ସନ୍ୟାସୀ ଭତ୍ରା ସହ ବିଶିଷ୍ଟ ବ୍ୟକ୍ତି ମାନେ ଚାଷ ,ଚାଷୀଙ୍କ ସମସ୍ୟା ଓ ପଦକ୍ଷେପ ଉପରେ ବିବିଧ ଉପାୟ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ଅଭିଯାନ ବୈଠକରେ ୬୦ରୁ ଉର୍ଦ୍ଧ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।

Leave a comment

Your email address will not be published. Required fields are marked *