#Breaking News

ଏସବିଆଇ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରରେ ୧୬୮ ଜଣଙ୍କୁ ଆତ୍ମନିର୍ଭରଶୀଳ ତାଲିମ ପ୍ରଦାନ


ଫୁଲବାଣୀ(ଉଲା ପ୍ର )କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା. I ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପ୍ରଧାନ ଚଳିତ ବର୍ଷ ଅପ୍ରେଲ ମାସରୁ ଜୁନ ମାସ ମଧ୍ୟରେ ୧୬୮ଜଣଙ୍କୁ ଆତ୍ମନିଯୁକ୍ତି ତାଲିମ ପ୍ରଦାନ କରାଯାଇଥିଲା।
ଏଥିରେ ଖାଦ୍ୟ, କିଟ ଓ ପାରିତୋଷିକ ପାଇଁ ୫ଲକ୍ଷ ଷତଷଠି ହଜାର ଟଙ୍କା ବ୍ୟୟ କରାଯାଇଛି ।
ସେଥିମଧ୍ୟରୁ ହାଲକା ଯାନ ଚାଳନା, ମହିଳା ଟେଲର .ମହୁମାଛି ଚାଷ, ଛତୁ ଚାଷ, ଆଦି ତାଲିମ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବାଲାଗି ଜିଲ।ପାଳପାଟିଲ ପରାମର୍ଶ ଦେଇଥିଲେ ।
ଜୁଳ୨୦୨୨ସୂଧାତାଲିମ ପାଇଥିବା ୭୭ ପ୍ରତିଶତ ଯୁବକ ଯୁବତୀ ଆମ୍ବ ନିଯୁକ୍ତି ପାଇଥିବାବେଳେ ଅନ୍ୟ କେତେକଙ୍କୁ କ୍ରେଡିଟ ଲିଙ୍କ କରାଯାଇଛି।ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ବରଂଜନ ନାୟକ, ରିଜର୍ଭ ବ୍ୟାଙ୍କ ଏ ଜି ଏମ. ମୋହିତ ଅଗ୍ରୱାଲ, ନାବାର୍ଡ଼ ଏଜିଏମ ଏସ. କେ. ମହାନ୍ତି, ଆର. ଏମ. ପ୍ରଶାନ୍ତ ବେହେରା, ଲିଡ଼ ବ୍ୟାଙ୍କ ଅଫି ସର ବିଷ୍ଣୁ ଚରଣ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *