#Breaking News

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବାଇଗାଁ ଠାରେ ସ୍ଵତନ୍ତ୍ର ପଲ୍ଲୀସଭା ଅଭିଯାନ ଅନୁଷ୍ଠିତ

ନବରଙ୍ଗପୁର/ ଡାବୁଗାଁ(ଉଲାପ୍ର): ତ. ୫/୮/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଇଗାଁ ଠାରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ କାଯ୍ୟ କରୁଥିବା ଲୋକ ସଂଗଠନ “ଜନ ସୁରକ୍ଷା ମଞ୍ଚ ” ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ପ୍ରୟାସରେ “ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି” ନିମନ୍ତେ ସ୍ବତନ୍ତ୍ର ପ୍ରସ୍ତୁତି ପଲ୍ଲୀସଭା ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯାନ କାର୍ଯ୍ୟକ୍ରମର ୱାଡ ମେମ୍ବର ଶ୍ରୀ ଜଗତ ଭକ୍ତା ସଭାପତିତ୍ବ କରି ସଭା ପରିଚାଳନା କରିଥିଲେ । ବୈଠକ ପ୍ରାରଭରେ ଉପସ୍ଥିତ ଥିବା ଆତ୍ମାଶକ୍ତି ଟ୍ରଷ୍ଟ ନବରଙ୍ଗପୁର ଜିଲ୍ଲା ଟିମ୍ ଲିଡର ଶ୍ରୀ ବସନ୍ତ କୁମାର ସ୍ବାଇଁ କୃଷି ,କୃଷକ ଓ ଦ୍ୱିତୀୟ କୃଷି ସହ ଜୈବିକ କୃଷି ପଦ୍ଧତି ଦ୍ଵାରା ସାମାଜିକ ଓ ଆର୍ଥିକ ବିକାଶ ଉପରେ ବିସ୍ତୃତ ଭାବରେ ଆଲୋଚନା କରି ତଥ୍ୟ ଉପସ୍ଥାପିତ କରିଥିଲେ। ଉପସ୍ଥିତ ଗ୍ରାମବାସୀଙ୍କ ମତାମତ ନେଇ ସ୍ଵତନ୍ତ୍ର

ପଲ୍ଲିସଭାରେ ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ। ଏହାପରେ ପଞ୍ଚାୟତ ପ୍ରତିନିଧି, ଅଗ୍ରଣୀ କୃଷକ ଓ ଉପସ୍ଥିତ ଥିବା ସାବାଳକ ମାନଙ୍କ ମତାମତ ଓ ଦାବିକୁ ନେଇ ଜଳସମସ୍ୟା ଚିହ୍ନଟ ଓ ଏହାର ନିରାକରଣ ଉପରେ ଜନସଚେତନା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଚିରସ୍ଥାୟୀ କୃଷି ନିମନ୍ତେ ପଦକ୍ଷେପ ନେବାକୁ ଗ୍ରାମରେ ଏକ ଦଶଜଣିଆ କାଯ୍ୟକରୀ କମିଟି ଗଠନ କରାଯାଇଥିଲା । ଲୋକମାନଙ୍କ ଦ୍ବାରା ଚିହ୍ନଟ କରାଯାଇଥିବା ସ୍ଥାନୀୟ ଜଳ ସମସ୍ୟା , ଚାଷକ୍ଷେତ୍ର ଓ ଗ୍ରାମର ସମସ୍ୟା ସହ ଜମି ସମତଳ କାର୍ଯ୍ୟ କାର୍ଯ୍ୟକାରିତା ଦାବି ପାଇ ଏହାକୁ ଆଗାମୀ ଦିନରେ ହେବାକୁ ଥିବା ଗ୍ରାମସଭାରେ ଉପସ୍ଥାପନା କରିବା ପାଇଁ କାଯ୍ୟକାରୀ କମିଟିକୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଏହି ଅଭିଯାନ ବୈଠକରେ ଆତ୍ମାଶକ୍ତି ଟ୍ରଷ୍ଟର ବ୍ଲକ ସଂଯୋଜକ ଶ୍ରୀ ଚନ୍ଦ୍ରଭାନୁ ଭୁକ୍ତା ଅଭିଯାନର ଉଦ୍ଧେଶ୍ୟ ଓ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ଗ୍ରାମର ଅଗ୍ରଣୀ ଚାଷୀ , ମହିଳା ଚାଷୀ ସହ ବିଶିଷ୍ଟ ବ୍ୟକ୍ତି ମାନେ ଚାଷ ,ଚାଷୀଙ୍କ ସମସ୍ୟା ଓ ପଦକ୍ଷେପ ଉପରେ ବିବିଧ ଉପାୟ ସୁଚିନ୍ତିତ ମତାମତ ଦେଇଥିଲେ । ଶେଷରେ ଜନସାଥି ଶ୍ରୀମତୀ ତୁଲାବତୀ ଜାନି ଉପସ୍ଥିତ ଆତ୍ମଶକ୍ତି ଟ୍ରଷ୍ଟର ଟିମ ଲିଡର, ସଂଯୋଜକ, ଗ୍ରାମବାସୀ ଓ କାଯ୍ୟ କାରି କମିଟି ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭିଯାନ ବୈଠକରେ ୭୦ରୁ ଉର୍ଦ୍ଧ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।

Leave a comment

Your email address will not be published. Required fields are marked *