#Breaking News

ବେଲଘର ଅଞ୍ଚଳରେ ଯୁବକଙ୍କୁ ଆକ୍ରମଣ, ଥାନାରେ ଏତଲା


ଫୁଲବାଣୀ (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ କିଛି ଅଜଣା ଯୁବକ ଏକ ନାଲି ରଂଗ ର ଟାଟା ମେଜିକ ଗାଡିରେ ଆସି ମନୋରଂଜନ ମାଝି ନାମକ ଜଣେ ଯୁବକକୁ ଅଟକାଇ ଅତର୍କିତ ଭାବେ ନିସ୍ତୁକ ମାଡ ମାରି ଚାଲିଯାଇଥିଲେ।ଅଜଣା ଯୁବକଙ୍କ ଆକ୍ରମଣରେ ମନୋରଂଜନ ଆହତ ହୋଇଛନ୍ତି । ତାଙ୍କର ମୁହଁ, ହାତ, ପେଟ ଆଦି ଅନେକ ସ୍ଥାନରେ ଆଘାତ ଲାଗିଛି । ଏନେଇ ମନୋରଞନବେଲଘର ଥ।ନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ବେଲଘର ଥାନା ଅନ୍ତର୍ଗତ
ଦେଓଗଡ ଗ୍ରାମ ର ମନୋରଂଜନ ମାଝି ଶ୍ୱଶୁର ଘରକୁ ଯାଉଥିବାବେଳେ ଶୁକୁ ମୁଣ୍ଡି ଗ୍ରାମଠାରେ ମରଣାନ୍ତକ
ଆକ୍ରମଣ କରିଥିଲେ ଦୁର୍ବର୍ତ୍ତମାନେ ।
ତାପରେ ସେଠାରୁ ଚାଲିଯାଇଥିଲେ l
ଖବର ପାଇ ବେଲଘର ସରପଞ୍ଚ ଗୋବିନ୍ଦ ମାଝୀ ଓ ଅନ୍ୟମାନେ ପହଂଚି ଆହତ ମନୋରଞ୍ଜନ ଙ୍କୁ ଡାକ୍ତର ଖାନା ରେ ଚିକିତ୍ସା ପାଈଁ ଭର୍ତ୍ତି କରିଥିଲେ l
ତେବେ ମନୋରଂଜନ ଙ୍କ କାହା ସହ ଶତୃତା ନଥିବା କହୁଥିବା ଓ ସେ ମାଡ ମାରିଥିବା ୪ ଜଣ ଯୁବକଙ୍କୁ ଚିହ୍ନି ନ ଥିବା କଥା ମଧ୍ୟା କହୁଥିବାବେଳେ ସେମାନେ କିଏ କାହିଁକି ଓ କଣ ପାଇଁ ଅକାରଣରେ ଜଣେ ନିରିହ ଯୁବକ ମନୋରଂଜନଙ୍କୁ ମାଡମାରିଲେ ଜଣାପଡୁନି ।
ନିଶ୍ଚିତ କିଛି ନା କିଛି କାରଣ ରହିଥିବା ନେଇ ପୋଲିସ ସନ୍ଦେହ କରୁଛି । ତେବେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ବେଲଘର ଥାନା ଅଧିକାରୀ କହିଛନ୍ତି।

Leave a comment

Your email address will not be published. Required fields are marked *