#Breaking News

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ


ଢେଙ୍କାନାଳ(ଉଲାପ୍ର )ଢେଙ୍କାନାଳ ଜିଲ୍ଲା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରେ ବନମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଛି l ମୁଖ୍ୟ ଅତିଥି ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ରଞ୍ଜିତ କୁମାର ପ୍ରଧାନ, ସରକାରୀ NCC ଅଫିସର ପ୍ରକାଶ କୁମାର ସାହୁ, suo – ପୁପୁନ ଦଳେଇ ଏବଂ ସମସ୍ତ NCC କ୍ୟାଡେଟ ଓ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରୁଥିଲେ l ଏହି NCC ଅଫିସର ଶ୍ରୀ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ l ଅଧକ୍ଷ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ବୃକ୍ଷ ରୋପଣର ଲକ୍ଷ, ଉପକାରିତା ଓ ଆଜିର ସମୟରେ ପରିବେଶ ଦୃଷ୍ଟି କୋଣରୁ ଏହାର ମୂଲ୍ୟବୋଧ ଉପରେ ନିଜର ସୁଚିନ୍ତିତ ମତ ଦେଇ ଏହି ବିଷୟରେ ଆଲୋକପାତ କରିଥିଲେ l ଶେଷରେ ଶ୍ରୀ ସାହୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, NCC କ୍ୟାଡେଟ, ଓ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l

Leave a comment

Your email address will not be published. Required fields are marked *