#Breaking News

ସରକାରୀ ସେବାଶ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ପ୍ରଦାନ

ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ର ଲମ୍ବାଗୁଡ୍ରି ସରକାରୀ ସେବାଶ୍ରମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଙ୍କ ନିର୍ଦେଶ କ୍ରମେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଙ୍କଅଧ୍ୟକ୍ଷତା ରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ରେଅନ୍ୟମାନଂକ ମଧ୍ୟରେ ଦୁତିମେଣ୍ଡି ପଞ୍ଚାୟତ ର ସରପଞ୍ଚ ଦମୟନ୍ତି ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସଂମାନି ତ ଅତିଥି ଭାବେ ସ୍କୁଲ ର ସଭାପତି ଚତୁର୍ଭୁଜ ମଲ୍ଲିକ , ପିତାମ୍ବର କହଁର ଯୋଗ ଦେଇପୋଷାକ ପ୍ରଦାନ କରି ଥିଲେ l
ସେହିପରି ଏହି ଅବସରରେ ଅଭିଭାବକ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସ୍କୁଲ ର ସନ୍ଧ୍ୟାରିଣୀ ମହାପାତ୍ର , ବୈଦ୍ୟନାଥ ପାଟ ଯୋଶୀ , ରୋହିତ କୁମାର ବେହେରା , ସୁକାନ୍ତ କୁମାର ସାହୁ , ଋତୁପୂର୍ଣା ରଥ ,ସ୍ନିଗ୍ଧା ରାଣୀ ବେହେରା , ସ୍ୱାତିତନ୍ମୟା ପଣ୍ଡା , ଯୋଗଦେଇ ପୋଷାକ ବିତରଣରେ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ମାନେ ପୋଷାକ ପାଇବା ପରେବେଶ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଛି ।

Leave a comment

Your email address will not be published. Required fields are marked *