ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ କୋଡିଏ ବର୍ଷ ଜେଲ ଓ ଜରିମାନା

Udaya_Labanya | August 8, 2022 | 15 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ସୋମବାର ନାବାଳିକା ଅପହରଣ ଓ ଦୁସ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଜି. ଉଦୟଗିରି ଥାନା ଅନ୍ତର୍ଗତଜିତେନ୍ଦ୍ର କୁମାର ଦିଗଲ ଛୟାଳୀଶ ବର୍ଷ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l
ସୁଚନା ଅନୁଯାୟୀ ଗତଏପ୍ରିଲ ଚାରି ତାରିଖ ରେ ୨୦୧୯ ରେ ପିଡିତl ଏକାକୀଘରେ ଥିବା ବେଳେ ଜିତେନ୍ଦ୍ର ଘରକୁଯାଇ ରୁଟି ଖାଇବାକୁ ଦେଇଥିଲାl
ଆଉ ରୁଟି ଖାଇବାପରେ ପୀଡିତା ର ମୁଣ୍ଡକଣ ହେବାରୁ ସେ ସୋଇପଡ଼ିଥିଲା lଏହାର ସୁଯୋଗ ରେ ଅଭିଯୁକ୍ତ ଜିତେନ୍ଦ୍ର ପୀଡ଼ିତାକୁ ନିକଟସ୍ତ ଗାଁ ମଶାଣି କୁ ନେଇ ଦୁଷ୍କର୍ମ କରି ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲା l
ଘର ଲୋକେ ବହୁତ ଖୋଜାଖୋଜି ପରେ ମଶାଣି ନିକଟ ରୁ ପୀଡିତା କୁ ଉଦ୍ଧାର କରିଥିଲେ l
ପରେ ଏନେଇ ପୀଡିତାର ଭାଇ ଜି. ଉଦୟଗିରି ଥାନାରେ ଏତେଲା ଦେଇଥିଲେ l
ଜି. ଉଦୟଗିରି ପୋଲିସ ଏ ନେଇ 52/21/04/2019ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ ଗିରଫ କରିଥଲା l

ଆଜିସୋମବାରଵିଚାରପତି ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତିl

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories