#Breaking News

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ


ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଗୋଛାପଡା ପଞ୍ଚାୟତ ର ରାଜୀବ ଗାନ୍ଧୀ ସଭା ଗୃହ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବାଉଟି ସୁପର ଷ୍ଟାର ୟୁଥ କ୍ଲବ ଦାମରେଜୁ ର ମିଳିତ ଆନୁକୂଲ୍ୟରେ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଠିତ ହୋଇଥିଲା l ଏହି ଅବସରରେ ଅନୁଷ୍ଠୀ ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଛାପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଯୁଗାନ୍ତ କହଁ ର ଯୋଗ ଦେ ଇ ଥିବା ବେଳେ ସନମାନୀତ ଅତିଥି ଭାବରେ ଫିରିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ର ର ଫର୍ମାସିଷ୍ଟ ସୀମାଦ୍ରୀମହାରଣା,ଶାନ୍ତନୁ କୁମାର ସେଠି, ପଲାବୁରୁଡି ସରପଞ୍ଚ ଲୀଳାବତୀ ମଲ୍ଲିକ, ସଲାଗୁଡା ସରପଞ୍ଚ ରୋହିତ କହଁ ର, ବାପୁଜୀ ଯୁବକ ସଙ୍ଘ ର ସଭାପତି ଜମ୍ବେଶ୍ୱର କହ୍ନର, ଲକ୍ଷଣ କହଁ ର ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର,ସହ କର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ କମଳ ଲୋଚନ ଦେହୁରୀ,ପ୍ରମୁଖ ଯୋଗ ଦେ ଇ ଏହି କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦେଶ୍ୟସମ୍ପର୍କରେ ବୁଝାଇଥିଲେ l ଆସନ୍ତା 13 ରୁ 15 ତାରିଖ ଦିନ ଘରେ ଘରେ ଭାରତ ର ଜାତୀୟ ପତାକା ଲଗେଇବା ପାଇଁ ଯୁବ ଗୋଷ୍ଠି ଙ୍କୁ ଅବଗତ କରା ଯାଇ ଥିଲା ତା ସହ ଯୁବକ ମାନେ ଗାଁ ଗାଁ ବୁଲି ଲୋକ ମାନଙ୍କୁ ସତେତନ କରେଇବା ଲାଗି ନେହରୁ ଯୁବ କେନ୍ଦ୍ର ର ଜ଼ିଲ୍ଲା ଯୁବ ଅଧିକାରୀପରାମର୍ଶ ଦେଇ ଥିଲେ l ଏଥି ସହ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଚାଲିଥିବା ଯୁବକ ସଙ୍ଘ ଉନୟନ କାର୍ଯ୍ୟକ୍ରମ ରେ ନୂତନ ଭାବରେ ଗଠିତ ହୋଇ ଥିବା ଯୁବକ ସଙ୍ଘ ଗୁଡିକୁ ଆଫଫିଲେସନ ସାର୍ଟିଫିକେଟ ପ୍ରଦାନ କରା ଯାଇ ଥିଲା l
ବୈଠକରେ ରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହ କର୍ମୀ ସତ୍ୟବାନ ଦଳବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମା ବାଉଟି ସୁପର ଷ୍ଟାର ୟୁଥ କ୍ଲବ ର ସମ୍ପାଦକ ପ୍ରମୋଦ କହଁ ର ଧନ୍ୟବାଦ ଅର୍ପଣ କରି କରି ଥିଲେl

Leave a comment

Your email address will not be published. Required fields are marked *