#Breaking News

ଫୁଲବାଣୀ ରେ ବିଶ୍ୱ ଆଦିବାସୀ ଦିଵସ ପାଳିତ


ଫୁଲବାଣୀ(ସୁନୀଲ ପଟନାୟକ )
ମଙ୍ଗଳବାର କନ୍ଧମାଳ ଜିଲାର ସଦରମହକୁମା ଫୁଲବାଣୀ ଠାରେ ବିଶ୍ୱ ଆଦିବାସୀ ଦିଵସ ପାଳିତ ହୋଇଥିଲା ଲଗାଣ ବର୍ଷା ସତ୍ୱେ ଆଖପାଖ ବିଭିନ୍ନ ବ୍ଲକ ଅଂଚଳ ରୁଶତାଧିକ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ବେଶ ଭୁଷା ରେ ସଜ୍ଜିତ ହୋଇ ମାଦି କୁନ୍ଦା ଛକ ରୁ ହାତରେ ପ୍ଲାକାର୍ଡ଼ ଧରି ବିଶାଳ ଶୋଭାଯାତ୍ରା ରେ ବାହାରି ସହର ରମୁଖ୍ୟ ରାସ୍ତା ଦେଇ ଜିଲାପାଳ ଙ୍କ କାର୍ଯାଳୟ ନିକଟ ରେ ପହଂଚି ଥିଲେ l
ଆଦିବାସୀ ଦିବସରେ ଆଦିବାସୀ ଙ୍କ ବିଭିନ୍ନ ଦାବି ପୂରଣ ନେଇସ୍ଲୋଗାନ ଦେଇ ପ୍ରଶାସନ ଓ ସରକାର ଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ l
ଦାବିଗୁଡିକ ମଧ୍ୟରେ ଥିଲାl
ପଦୋନ୍ନତି ବେଳେ ସଂରକ୍ଷଣ ଦେବା, ଜମି ହଡପ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଆଦିବାସୀ ଙ୍କୁ ଜଙ୍ଗଲ ଜମି ପଟା ପ୍ରଦାନ ବନ୍ଦ ନକରିବା, ଆଦି ବିଭିନ୍ନ ଦାବୀ ଅନ୍ତର୍ଭୁକ୍ତ l
ଆଦିବାସୀ ନେତା ତଥା ଲୁଇସିଂ ସରପଞ୍ଚ ସୁଦର୍ଶନକହଂର ଙ୍କ ନେତୃତ୍ୱରେ ଅନୁଷ୍ଠିତ ରା଼ଲ୍ଲୀ ରେ ବିଧାୟକ ପ୍ରତିନିଧିତଥା ସମ୍ପାଦକ ନୀଳାମ୍ବର କହଁର, ଆଇନ ଯିବି ସତ୍ୟନାରାୟଣ ବେହେରା, ଙ୍କ ସମେତ ଆଦିବାସୀ ସମାଜ ର କର୍ମକର୍ତା ମାନେ ଉପସ୍ଥିତ ଥିଲେ l
ଏହି ଅବସରରେ ଏକ ସ୍ମାରକ ପତ୍ର ପ୍ରଦାନକରାଯାଇଥିଲା l

Leave a comment

Your email address will not be published. Required fields are marked *