#Breaking News

ଭାରତୀୟ ଜନତା ଯୁବମୋର୍ଚା ତରଫରୁ କ୍ରାନ୍ତି ଦିବସ ଉପଲକ୍ଷେ ତ୍ରିରଙ୍ଗା ରାଲି

ଢେଙ୍କାନାଳ ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓ କ୍ରାନ୍ତି ଦିବସ ଉପଲକ୍ଷେ ସାରା ଭାରତ ବର୍ଷ ଅମୃତ ମହୋତ୍ସବ ପାଳନ କରୁଅଛି । ଘରେ ଘରେ ଜାତୀୟ ଧ୍ଵଜା ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ ଓ ଏହାକୁ ୧୫ ତାରିଖ ଯାଏ ସାରା ଭାରତରେ ପାଳନ କରିବାକୁ ଆହ୍ଵାନ ଦେଇଛନ୍ତି । ତେଣୁ ଆଜି ସ୍ଥାନୀୟ ଅଳସୁଆ ହାଟଠାରୁ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ସକାଳ ୧୦.୩୦ ସମୟରେ ବାହାରିଥିଲା । ପରେ ଏହା ସ୍ଥାନୀୟ ବାଜି ଚୌକ ଦେଇ ଗଣେଶ ବଜାର ଦେଇ ବଳରାମ ମନ୍ଦିର, ଷ୍ଟାଡିୟମ ଓ ବସ୍ ଷ୍ଟାଣ୍ଡ ଦେଇ କଲେଜ ବାଇପାସ ପାଖ ବିଜେପି ଅଫିସ୍‌ରେ ପହଞ୍ଚିଥିଲା ।
ଏହି କାର୍ଯ୍ୟ କ୍ରମରେ ରାଷ୍ଟ୍ରୀୟ କାର୍ଯ୍ୟ କାରୀଣୀ ସଦସ୍ୟ ଯୁବ ମୋର୍ଚାର ରାଜୁ କାଲାରା, ଯୁବ ମୋର୍ଚା ରାଜ୍ୟ ସଂଯୋଜକ ରାଣା ପୃଥିରାଜ ସିଂ, ରାଜ୍ୟ ସଂଯୋଜକ ଆଶୁତୋଷ ବେହେରା ,
ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ କୃଷକ ମୋର୍ଚା ଉପ- ସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ଉପ ସଭାନେତ୍ରୀ ଭାରତୀ ସ୍ଵାଇଁ , ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ ଶର୍ମା, ଜିଲ୍ଲା ଯୁବମୋର୍ଚା ସଭାପତି ଏମ୍ ଜେ ମହିମା, ନଗର ମଣ୍ଡଳ ସଭାପତି ଧୃବ ଚରଣ ସ୍ଵାଇଁ , ନଗର ସାଧାରଣ ସଂପାଦକ -ବିକାଶ ସାହୁ ଓ ଲକ୍ଷ୍ମୀଧର ଦଳେଇ, କାଉନସିଲର ସୂର୍ଯ୍ୟ ପ୍ରତାପ ରାଉତ ଓ ବଳରାମ ପୃଷ୍ଟି, ନଗର ଉପ ସଭାପତି ଅଶୋକ କୁମାର ଦାଶ, ପୂର୍ବତନ ଜିଲ୍ଲା ମୋର୍ଚା ସଭାପତି ଅଞ୍ଜନ ପାଣି, କାର୍ଯ୍ୟ କର୍ତ୍ତା ଅକ୍ଷୟ କୁମାର ସାହୁ ଓ ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କ ଉପସ୍ଥିତିରେ ଏହି ତ୍ରିରଙ୍ଗା ରାଲିଟି ସଂପୂର୍ଣ୍ଣ ହୋଇଥିଲା ।

Leave a comment

Your email address will not be published. Required fields are marked *