#Breaking News

ଲଗାଣ ବର୍ଷା ଘାଟି ରୁ ମାଟି ଅତଡା ସହ ଗଛ ପଡି ରାସ୍ତା ଅବରୋଧ


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲା ରେ ଲଗାଣ ବର୍ଷା ଫଳରେ ଏବେ ଜିଲାରେ ଥିବା ବିଭିନ୍ନ ଘାଟୀରୁ ମାଟି ଅତଡ଼ା ସହ ବଡ଼ବଡ଼ ଗଛ ଉପୁଡିପଡୁଛି l
ଫଳରେ ଗାଡିମଟର ଯା ଆସ କରିବାରେ ବାଧା ସୃଷ୍ଟି ହେଉଛି lଜୀଲାର ସବୁଠୁ ବଡ଼ଘାଟି
ବ୍ରହ୍ମପୁର ଯିବାରାସ୍ତାରେ କଳିଙ୍ଗlଘାଟି ହେଉ ବୋୖଧ ଯିବା ରାସ୍ତାରେ ରାଣୀପଥର, ଭୁବେନେଶ୍ୱର ରାସ୍ତା ରେ ମାଧ ପୁର, ଘାଟି ସମେତ କୁଡୁକି, ତୁମୁଡିବନ୍ଧ ଓ ବେଲଘର ସାରଙ୍ଗଡ଼, ଆଦି ଘାଟି ରେ ମାଟି ଅତଡ଼ା ଖସିବା ସହ ବିରାଟ ଗଛ ମାନ ଉପୁଡିପଡୁଛି l ଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି l
ଏ ସବୁ ସଫା କରିବାରେ ବିଳମ୍ବମ ଧ୍ୟ ହେଉଛି lବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟୁଛି l ଫୁଲବାଣୀ ବୌଦ୍ଧ ରାସ୍ତାର ରାଣୀପଥର ଘାଟି ଅଞ୍ଚଳରେ ପାହାଡ଼ ଉପରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିବାବେଳେଫୁଲବାଣୀ-ଭୁବେନେଶ୍ୱର ରାସ୍ତାର ମାଧ ପୁର ନିକଟ ଘାଟିରେମାଟି ଅତଡ଼ା ସହ କେତକ ଗଛ ଉପୁଡିପଡିବା ଫଳରେ ରାସ୍ତା ଅବରୋଧ ହୋଇଥିଲା l ଅନେକ ଗାଡିମୋଟର ଅଟକିରହିଥିଲା l ରାସ୍ତା ସଫା କରା ଯିବା ପରେ ଯାନ ବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା l
ଗାଡି ମଟର ଚାଳକ ମାନେବର୍ଷା ଦିନେ ଘାଟିରେ ଗାଡି ଚଳାଇବାବେଳେ ଅଧିକ ସତର୍କତା ଅବଲମ୍ବନ କରି ଗାଡି ଚଳାଇବା ପାଈଁ ଫୁଲବାଣୀ ପରିବହନ ବିଭାଗ ଆରଟି ଓ ଗତିକୃଷ୍ଣ ସାମନ୍ତରାୟ ପରାମର୍ଶ ଦେଇଛି l

Leave a comment

Your email address will not be published. Required fields are marked *