#Breaking News

ପୂର୍ବତନ ଟ୍ରେଜେରୀ ଆକାଉଣ୍ଟାଣ୍ଟ ଙ୍କୁ ୩ ବର୍ଷ ଜେଲ ଓ ଜୋରିମାନା


ଫୁଲବାଣୀ (ସୁନୀଲ ପଟନାୟକ )
ଗୁରୁବାର ଫୁଲବାଣୀ ର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଏକ ଲାଞ୍ଚ ମାମଲା ର ବିଚାର କରି ପୂର୍ବତନ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଆକାଉଣ୍ଟାଣ୍ଟ ଓ ବର୍ତ୍ତମାନ ର ସବ ଟ୍ରେଜେରୀ ଅଫିସ ବାଲିଗୁଡା
ରେ କାର୍ଯ୍ୟରତ ନାରାୟଣ ମଲ୍ଲିକ ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି lଜୋରିମlନା ଅନାଦେୟ ଅଧିକା ୩ ମାସ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ, ମଲିକ ବୌଦ୍ଧ ରେ ଥିବାବେଳେ ଜଣେ କର୍ମଚାରୀ ଙ୍କ
ଅନ ୟୁଟିଲାଇଜିଡ ସାଲାରୀ ବିଲ
କରିବା ପାଈଁ 19/10/2019ତାରିଖ ଦିନ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବ ନିର୍ଧାରିତ ପ୍ରକାରେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ମଲିକ ଙ୍କୁ ଗିରଫ କରିବାସହ ଲାଞ୍ଚ ଟଙ୍କା ଉଧାର କରିଥିଲେ l ଏ ନେଇ ଭିଜିଲାନ୍ସ ବିଭାଗ 28/19ରେ ମାମଲାରୁଜୁ କରିଥିଲେ l
ଗୁରୁବାର ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ଜଜ ଉପରୋକ୍ତ ରାୟ ଶୁଣାଇଛନ୍ତି l

Leave a comment

Your email address will not be published. Required fields are marked *