#Breaking News

ଖଡଗ ନଦୀ କୂଳରୁ ମୃତ ଦେହ ମିଳିଲା


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଧରୀଗାଁ ଲାଇନପାଲି ଠାରେ ଖଡଗ ନଦୀ କୁଳ ରେ ଏକ ମୃତ ଦେହ ମିଳିଛି l ମୃତ ଦେହ ଟି ଭାସି ଭାସି ଆସି ସେଠାରେ ଲାଗିଥିବା ଜଣାପଡିଛି l
ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳ ରେ ପହଂଚି ମୃତ ଦେହ ଉଦ୍ଧାର କରିଥୀ ଲା lମୃତ ଯୁବକ ର ନାଁ ଦୁରୁଙ୍ଗା ପ୍ରଧାନ l ୩ ୫ ବର୍ଷ l
କ. ନୂଆଗାଁ ଥାନା ଅନ୍ତର୍ଗତ ଗୋଡିପଦର ଗ୍ରାମର ମୋହନ ସିଂହ ପ୍ରଧାନ ଙ୍କ ପୁଅ ବୋଲି ଜଣା ପଡ଼ିଛି l
ଦୁରୁଙ୍ଗା ନଦୀ କୁ ଗାଧେଇ ଯାଇଥିବା ବେଳେ ଅପସ୍ମାର ମାରିବାରୁ ପାଣିରେ ପଡି ଯାଇଥିଲେ l ବାଲିଗୁଡା ପୋଲିସ ଏ ନେଇ ୧୧ /୨୨ ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି l

Leave a comment

Your email address will not be published. Required fields are marked *