#Breaking News

ଗାଁରେ ଉଡିଲା ତ୍ରିରଙ୍ଗା

ଫୁଲବାଣୀ 16/08(ସୁନୀଲ ପଟନାୟକ )
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରେରେ ଘର ଘରରେ ତ୍ରିରଙ୍ଗା ଉଡାଇବା ସହ ବିଭିନ୍ନ ସାହିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ପ୍ରତ୍ୟୁଷରେ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଅନୁଷ୍ଠାନର ସଭାପତି ଶ୍ରୀ ପୁରୁଷୋତ୍ତମ ଲେଙ୍କା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାଶ ଚନ୍ଦ୍ର ଧଳ କ୍ରାନ୍ତିକାରୀଙ୍କ ଆମର ବଳିଦାନ ତଥା ସ୍ୱାଧୀନତାର ଅମୃତ ମହୋତ୍ସବ ଉପରେ ଆଲୋକପାତ କରିଥିଲେ l ପରେ ପରେ ବିଭିନ୍ନ ମହାପୁରୁଷଙ୍କ ବେଶରେ ଛାତ୍ରଛାତ୍ରୀ ମାନେ ତ୍ରିରଙ୍ଗା ଯାତ୍ରା କରିଥିଲେ l ପରିଚାଳନା ସଦସ୍ୟ ଓ ଗୁରୁଜୀ ଗୁରୁମା ମିଶି ତେଲିମୁଣ୍ଡା, ମlଲିପଡ଼ା, ତୁମୁଡିବନ୍ଧ ବଜ଼ାର,କୋଲଥପଦl, ମେଡିକାଲ ଛକ, ଡ଼ଃ ଆମ୍ବେଦକର ଛକ, ପତ୍ରପଡ଼ି, ବେନରବାହାଲ, ନୂଆମୁଣ୍ଡା, ଜଲେଶପଟା, ବଡ଼ବନ୍ଧ, ମୁଣ୍ଡୀଗଡ଼ ଇତ୍ୟାଦି ଗାଁରେ ତ୍ରିରଙ୍ଗା ପତାକା ଲଗାଇ ଥିଲେ l ଶିଶୁ ମନ୍ଦିରର ପୋଷାକ ଗାଁ ମୁଣ୍ଡୀଗଡ଼ ଗ୍ରାମପଂଚାୟତର ସୁନlଗାଁ ଠାରେ ଜାତୀୟ ପତାକା ଉତ୍ତୋଳନ ସହ ଶୋଭାଯାତ୍ରା କରିଥିଲେ l ସ୍ଥାନୀୟ ଅଂଚଳର ଅଭିଭାବକ ସହିତ ଉପଦେଷ୍ଠା ରାମକୃଷ୍ଣ ପାଢ଼ୀ, ଉପସଭାପତି ପ୍ରସନ୍ନ କୁମାର ସାହୁ, ସଦସ୍ୟ ସୁଶାନ୍ତ ପାତ୍ର, ପ୍ରକାଶ ସାହୁ ଉମାକାନ୍ତ ପାତ୍ର , ଶରତ ସାହୁ, ପ୍ରଶାନ୍ତ ସାହୁ ମୁରଲୀଧର ମହାପାତ୍ର, ଆଚାର୍ଯ୍ୟ/ଆଚାର୍ଯ୍ୟl ଅଭିମନ୍ୟୁ ନାୟକ, ପ୍ରମୋଦ ନାୟକ ସସ୍ମିତା ପଣ୍ଡା, ଭି. ନିର୍ମଳା ରାଓ, ସରସ୍ୱତୀ ନାୟକ, ପୁଷ୍ପଲତା ନାୟକ ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *