#Breaking News #Uncategorized

ଠିକାଦାର ଙ୍କ ଛୁରା ମାଡ଼ ରେ ଯନ୍ତ୍ରୀ ଗୁରୁତର


ଫୁଲବାଣୀ(ସୁନୀଲ ପଟନାୟକ )
ଠିକାଦାର ଙ୍କ ଛୁରାମାଡ଼ରେ ଯନ୍ତ୍ରୀ ଗୁରୁତର l ଗୁରୁତର ଅବସ୍ଥାରେ ଯନ୍ତ୍ରୀ ଙ୍କୁ ଚିକିତ୍ସା ପାଇଁ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି l
ଆହତଜଣଙ୍କ ହେଉଛନ୍ତି ଫୁଲବାଣୀ ପୂର୍ତ୍ତ ବିଭାଗ ର ନର୍ଥ
ସେକ୍ସେନ ର ଯନ୍ତ୍ରୀ ଇଂ. ଚକ୍ରଧର ନାହାକ ବୋଲି ଜଣା ପଡ଼ିଛି l
ଯନ୍ତ୍ରୀ ନାହାକ ଙ୍କ ପେଟ ଓ ହାତରେ ଆଘାତ ଲାଗିଛି l
ଠିକାଦାର ଜଣକ ହେଉଛନ୍ତି ଫୁଲବାଣୀସାହି ର ଆକାଶ ମହାନ୍ତି l
ଯନ୍ତ୍ରୀ ନାହାକ ଅନ୍ୟ ଜଣଙ୍କ ସହ ମିଶି ବାଇକ ରେ କାର୍ଯାଳୟ କୁ ଯାଉଥିବାବେଳେ କୋର୍ଟ ଛକ ରେ ଠିକାଦାର ଆକାଶ ବାଇକ ଅଟକାଇ ଛୁରୀ ମାଡ଼ କରିରଥିଲେ lଫଳରେ ସେ ତଳେ ପଡିଯାଇଥିଲେ l
ଏନେଇ ଟାଉନ ଥାନାରେ 146/22ରେ ମାମଲା ରୁଜୁ ହୋଇଥିବା ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି କହିଛନ୍ତି l
ଅଭିଯୁକ୍ତ ଠିକାଦାର ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିବାରୁ ପୋଲିସ ଗିରଫ କରିବାକୁ ଖୋଜୁଥିବା କହିଛନ୍ତି ଟାଉନ ଥାନା ଅଧିକାରୀ ସେଠି l
କୌଣସି ଠିକା କାମକୁ ନେଇ ଠିକାଦାର ମହାନ୍ତି ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି l
ପୂର୍ବରୁ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ କାର୍ଯ୍ୟାଳୟଭିତରେ ଆକ୍ରମଣ କରି ଗିରଫ ହୋଇଥିଲେ ଏହି ଠିକାଦାର ଜଣଙ୍କ l
ଅଭିଯୁକ୍ତ କୁ ତୁରନ୍ତ ଗିରଫ କରିବାକୁ ଯନ୍ତ୍ରୀ ମାନେ ଦାବୀ କରିଛନ୍ତି l
ଏହି ଘଟଣା ପରେ ଯନ୍ତ୍ରୀ ମାନେ ନିଜକୁ ସୁରକ୍ଷିତ ମଣୁ ନଥିବା କହିବା ସହ ସୁରକ୍ଷା ଯୋଗାଇଦେବାକୁ ଦାବୀ କରିଛନ୍ତି l

Leave a comment

Your email address will not be published. Required fields are marked *