#Breaking News

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଓଲମା ଗ୍ରାମପଞ୍ଚାୟତ ପରିସରରେ ସ୍ଵତନ୍ତ୍ର ଗ୍ରାମସଭା ସ୍ଵତନ୍ତ୍ର ଅନୁଷ୍ଠିତ

ନବରଙ୍ଗପୁର/ ଡାବୁଗାଁ (ଉ.ଲା.ପ୍ର): ତା. ୧୫/୮/୨୦୨୨ ରିଖ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ପରିସରରେ ସ୍ଵନ୍ତତ୍ର ଗ୍ରାମସଭା ଅନୁଷ୍ଠିତ ହୋଯାଇଅଛି । ଏହି ପଞ୍ଚାୟତ ଅନ୍ତର୍ଗତ ୬ ଟି ଗ୍ରାମର ୧୧ ୱାଡର ୱାଡ ମେମ୍ବର, ସମିତସଭ୍ୟ, ଗ୍ରାମବାସୀ ସହ ମହିଳା ଜନ ସୁରକ୍ଷା ମଞ୍ଚର ସଭ୍ୟମାନେ ଅଂଶଗ୍ରହଣ କରିଥିଲେ । ବୈଠକ ଆରଭରେ ସରପଞ୍ଚ ଶ୍ରୀମତୀ ବୁଦାଇ ଭତ୍ରା ସଭିଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କ ବ୍ୟକ୍ତବରେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ସ୍ବାଧୀନତାର

ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ବିଷୟରେ କହିଥିଲେ । ସେଠାରେ ଉପସ୍ଥିତ ଥିବା ଆତ୍ମଶକ୍ତି ଟ୍ରଷ୍ଟର ନବରଙ୍ଗପୁର ଜିଲ୍ଲା ସମାଜସେବୀ ବସନ୍ତ କୁମାର ସ୍ବାଇଁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଆଜି ମଧ୍ୟ ଦେଶର ବିକାଶରେ ପଞ୍ଚାୟତର ଭୂମିକା ଓ ଜବସହଭାଗିତା ଦ୍ଵାର ଲୋକଙ୍କ ସମସ୍ୟା ଚିହ୍ନଟ ହେଲେ ମୌଳିକ ସୁବିଧା ହାସଲ ହୋଇପାରିବ ଓ ଲୋକମାନେ ନିଜର ଗ୍ରାମର ସମସ୍ୟା ପାଇ ଗ୍ରାମସଭାର ଭାଗୀଦାର ଜରୁରୀ ଅଟେ । ଏହାପରେ ପଞ୍ଚାୟତ ପରିସରରେ ସ୍ଵନ୍ତତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଥିବା ଲୋକମାନେ ସେମାନଙ୍କର ମୌଳିକ ସମସ୍ୟା ଓ କାଯ୍ୟ ଗୁଡ଼ିକର ଦାବି ଉପସ୍ଥାପିତ କରିଥିଲେ । ଏହି ପଞ୍ଚାୟତର ଗୋଡେଗାଁ ଓ ସିଙ୍ଗଗୁଡ଼ା ଗ୍ରାମର କାର୍ଯ୍ୟକାରୀ କମିଟି ସଭ୍ୟଙ୍କ ଦ୍ଵାରା ପୂର୍ବରୁ ସ୍ଵନ୍ତତ୍ର ପଲ୍ଲୀସଭାରେ ଚାଷର ନିମନ୍ତେ ଜଳର ସମସ୍ୟାର ନିରାକରଣ ନିମନ୍ତେ ନିଆଯାଇଥିବା ନିଷ୍ପତ୍ତି ଉପରେ ଏକ ଦାବିପତ୍ର ସରପଞ୍ଚ ଜରିଆରେ ଗ୍ରମାସଭାକୁ ଦିଆଯାଇଥିଲା । ଆଜିର ଏହି ସ୍ଵନ୍ତତ୍ର ଗ୍ରାମସଭାରେ ସରପଞ୍ଚ ଶ୍ରୀମତୀ ବୁଦାଇ ଭାତ୍ରାଙ୍କ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପଞ୍ଚାୟତର ବିଶିଷ୍ଠ ବ୍ୟକ୍ତି ଶ୍ରୀ ଡମ୍ବରୁ ଭତ୍ରା, ରାଜେନ୍ଦ୍ର କୁମାର ବିଷୋୟୀ, ଜଗଦୀଶ ଭତ୍ରା, ଦୁର୍ଯ୍ୟଧନ ଭାତ୍ର ୱାଡ ମେମ୍ବର , ମହିଳା ଜଣ ସୁରକ୍ଷା ମଞ୍ଚର ଲିଲେଶ୍ୱରୀ ନାୟକ ସହ ପଞ୍ଚାୟତ ଅଧିନସ୍ଥ ୫୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର ଧନ ରନ୍ଧାରି ଓ କର୍ମୀମାନେ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *