#Breaking News

ପୋଲିସ ଓ ପ୍ରଶାସନ ର ନିର୍ଭର ପ୍ରତିଶୃତି ପରେ ଆମରଣ ଅନଶନ ପ୍ରତ୍ୟାହୃତ


ଫୁଲବାଣୀ (ସୁନୀଲ ପଟନାୟକ )
ପରିବାରିକ ସମ୍ପତି ରୁ ବଂଚିତ ହୋଇଆଉ ନିଜ ହକ ପାଇବା ପାଈଁ ବର୍ଷ ବର୍ଷ ଧରି ପ୍ରଶାସନ ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବା ଫଳରେ ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଈଁ ସ୍ୱାଧୀନତା ଦିବସ ରୁ ଆମରଣ ଅନଶନ ରେ ବସିଥିବା ପ୍ରଦୀପ ପଟନାୟକ ନାମକ ଜଣେ ପୂର୍ବତନ ସେନlକର୍ମଚାରୀ ପୋଲିସ ଓ ପ୍ରଶାସନ ର ନିର୍ଭର ପ୍ରତିଶୃତି ପାଇବାପରେ ବିଳମ୍ବିତ ରାତିରେ ଅନଶନ ପ୍ରତ୍ୟା ହୃତ କରିଛନ୍ତି l
ସଦର ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ, ଟାଉନ ଥାନା ଅଧିକାରୀ ସୁଶାନ୍ତକୁମାର ସେଠି ପ୍ରମୁଖ ପ୍ରଦୀପଙ୍କ ନିକଟରେ ପହଂଚି ଏହା ପାରିବାରିକ ମାମଲା ହୋଇଥିବାରୁ ଆପୋଷ ସମାଧାନ କରା ଯାଇ ସମାଧାନ ପାଈଁ ପ୍ରଶାସନ ଆନ୍ତରିକତା ର ସହ
ଉଦ୍ୟମ କରାଯିବ ବୋଲି କହିଛନ୍ତି l
ସେ ଜଣେ ଦାୟିତ୍ୱବାନ, ସଚୋଟ, ଓ ଦେଶ ପ୍ରେମ ପୂର୍ବତନ ସେନା କର୍ମଚାରୀ ହୋଇଥିବାରୁ ପ୍ରଶାସନ ଓ ପୋଲିସ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏଣୁ ଭରସା ରଖି ଅନଶନ ପ୍ରତ୍ୟାହୃତ କରିଥିବା ପ୍ରଦୀପ ପଟନାୟକ କହିଛନ୍ତି l
ତେଵେ ପୋଲିସ ଓ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଆଗକୁ ଜଣାପଡିବ l

Leave a comment

Your email address will not be published. Required fields are marked *