#Breaking News

ରାତିପାହିଲେ ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ, ଚକାପାଦ ଓ ଜଲେଶପଟ୍ଟା ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ଫୁଲବାଣୀ(ଉଳାପ୍ର)
ରାତି ପାହିଲେ ଜନ୍ମାଷ୍ଟମୀ, ଓ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ, Iଠିକ ଆଜିକୁ ଚଉଦ ବର୍ଷ ତଳେ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ପରିସରରେ ଦୁର୍ବର୍ତ୍ତମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।
ଫଳରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧ ର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ୱାମିଜୀଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି ।
ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲାର ଜଳେଶପଟା ଓ ଚକାପାଦ ଆଶ୍ରମରେ ପବିତ୍ର ଜନ୍ମ ।ଷ୍ଟମୀ ପୂଜା ଓ ସ୍ୱାମୀ ଜିଙ୍କ ଶ୍ରାଦ୍ଧ ଦିବସ ୧ ୮ ଓ ୧ ୯ ତାରିଖ ଦୁଇଦିନ ଧରି ଧୁମଧାମରେ ପାଳନ ହେବ l
ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି l
ସମସ୍ତେମାସ୍କ ପିନ୍ଧିବା ସହ କୋ ଭିଡ଼ନିୟମ ପ୍ରକାରେ କମ ସଂଖ୍ୟକ ଭକ୍ତଙ୍କ ମଧ୍ଯରେ ଜନ୍ମାଷ୍ଟମୀ ପର୍ବ ପାଳନ ହେବ ବୋଲି ଜଣାପଡିଛି l
ଆସନ୍ତାକାଲି ଗୁରୁବାର ଚକାପାଦ ଓ ଜଲେଶପଟା ଆଶ୍ରମ ରେ ସକାଳୁ ପ୍ରଥମେକଳସ ଶୋଭାଯାତ୍ରା ହେବ ଏହା ପରେ ହୋମଯଜ୍ଞ, ଗୋପୁଜନ, ନାମ
ସଂ କିର୍ତ୍ତନ,ଅନ୍ନ ଯଂଗ୍ୟ, ଶ୍ରଦ୍ଧାଞ୍ଜଳି ସଭା ଆଦି କରାଯିବ ବୋଲି

ଚକାପାଦ ଆଶ୍ରମର ପରିଚାଳକ କୃଷ୍ଣ l ନନ୍ଦ ସରସ୍ଵତୀ କହିଛନ୍ତି ।
ସେହିପରି ଫୁଲବାଣୀ ସମେତ ସମସ୍ତ ବ୍ଲକ ରେ ସ୍ୱାମୀଜୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା କରାଯିବ l
। ସୁରକ୍ଷାକୁ ଦୃଷ୍ଟିରେ ରଖି ଚକାପାଦ ଠାରେ ଅତିରିକ୍ତ ଏସପିଙ୍କ ସମେତ ୨ ପାଟୁନ ପୋଲିସ ଫୋର୍ସ ମୃତୟନ କରାଯିବ l
ସେହିପରି ଜଲେଶପଟ୍ଟା ଆଶ୍ରମରେମଧ୍ୟ ୨ ଜଣ ଡିଏସପି ସମେତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ, ୩ଜଣ ସବ ଇନିସପେକ୍ଟର ନିୟୋଜିତ କରାଯାଇଥିବା କୁହାଯାଇଛି l

ତେବେ ସ୍ୱାମୀ ଲକ୍ଷ୍ମଣ। ନନ୍ଦ ଙ୍କ ସମେତ ୫ ଜଣଙ୍କୁହତ୍ୟା ମାମଲାରେ ଜଡିତ ମୋଟ ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ।
ସେହିପରି କନ୍ଧମାଳ ଦଙ୍ଗା ଘଟଣାରେ ୬୩୯ଟି ମାମଲା ରୁଜୁ ହୋଇଥିଲ। । ସେଥିରୁ ୧୧୩ଟି ମାମଲାରେ ୪୦୩ ଜଣ ଅଭିଯୁକ୍ତ ଦଣ୍ଡିତ ହୋଇଥିବାବେଳେ ୫ ହଜାର ଅଭିଯୁକ୍ତ ଖଲାସ ହେଇଥିଲେ। ତେବେ ସ୍ୱାମୀଜୀଙ୍କ ମୁଖ୍ୟ ହତ୍ୟାକାରୀ ଙ୍କୁ ଏଯାଏ ଗିରଫ କରାଯାଇନଥିବା ବିଶ୍ଵ ହିନ୍ଦୁ ପରିଷଦ ଅଭିଯୋଗ କରିଛି ।

Leave a comment

Your email address will not be published. Required fields are marked *