#Breaking News

ଲଗାଣ ବର୍ଷରେ କରଡା ଘାଟି ରାସ୍ତା କ୍ଷତିଗ୍ରସ୍ତ, ଗମନାଗମନ ବାଧାପ୍ରାପ୍ତ


ଫୁଲବାଣୀ (ସୁନୀଲ ପଟନାୟକ )
ଲଗାଣ ବର୍ଷା ରେ ରାଇକିଆ -କରଡା -ଇନ୍ଦ୍ରଗଡ ରାସ୍ତା ର ବିଭିନ୍ନ ସ୍ଥାନ ରେ ମାଟିଅତଡା ଖସି ଥିବାବେଳେ କେଉଁଠି କେଉଁଠି ରାସ୍ତା ମଧ୍ୟ ଧୋଇ ହୋଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି l ଫଳରେ କରଡା ଦେଇ ଭଞ୍ଜନଗର କୁ ଗାଡିମଟର ଚଳା ଚଳ କରିପାରୁନି l
ସେହିପରି ବନ୍ୟାପାଣି ଆସିବାଫଳରେ ଧାନ ଓ ପନିପରିବାଚାଷ ମଧ୍ୟ ସମ୍ପୃକ୍ତ ଅଂଚଳ ରେ କେତେକାଂଶ ରେ ନଷ୍ଟ ହୋଇଛି l
ଗରିବ ଲୋକଙ୍କ କଚା ଘର ମଧ୍ୟ ଭୁସୁଳି ପଡ଼ିଛି l ପ୍ରସାଶନ ପକ୍ଷରୁ କେବଳ ପଲିଥିନ ଯୋଗାଇଦିଆଯାଇଛି l କୋୖଣସି ଆର୍ଥିକ ସହାୟତା ମିଳିନି ଏଯାଏ l
ରାଇକିଆ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଦ୍ରୁଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *