#Breaking News

ଫୁଲବାଣୀ ରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ


ଫୁଲବାଣୀ (ସୁନୀଲ ପଟନାୟକ )
ଆଜି ହେଉଛି ବିଶ୍ୱ ଫୋଟୋଗ୍ରାଫି ଦିବସl
ଏହି ଦିବସ ଅବସରରେ ଫୁଲବାଣୀ ର କୋର୍ଟ ଛକ ନିକଟସ୍ଥ ଫୁଟବଲ୍ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ଏହି ଦିବସକୁ ଧୁମ ଧାମ ରେ ପାଳନ କରାଯାଇଥିଲା | ଜିଲା ସଭାପତି ରାଜେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେକ କାଟି ଖୁସି ମନାଇଥିଲେ l ସାଧାରଣ ମୁହୂର୍ତ କୁ ଅମୁଲ୍ୟ କରିଦିଏ ଫୋଟ l ପ୍ରିୟ ସ୍ମୃତି କୁ ଉଜାଗର କରେ l ଏକଲା ପଣ ରେ ବି ବେଶ ଆନନ୍ଦ ଆଣିଦିଏ l ନିରବ ରହି ବି ବିନା କୌଣସି ଭାଷାରେ କହିଥା ଏ ଅନେକ କଥା l ଏ ସବୁକୁ ବେଶ ସତର୍କତା,ନିଷ୍ଠାଓ ଏକାଗ୍ରତାର ସହ କ୍ୟାମେରା ଲେନ୍ସ ରେ କଏଦ କରିଥାନ୍ତି ଫୋଟୋଗ୍ରାଫର ବୋଲି କହିଥିଲେ ସଭାପତି ରାଜେଶ ପାଣିଗ୍ରାହୀ l
ଅନ୍ୟ ମାନଙ୍କ ମଧ୍ୟରେ , ଜଗା ଦାଶ୍, କାହ୍ନl ପଟ୍ଟନାୟକ,ଅଭିଷେକ ଗୌରବ୍, ରାଜା ବେହେରା,ସନ୍ତୋଷ ଦଳେଇ,ବିକାଶ ମିଶ୍ର, ରାମକୃଷ୍ଣ ପଣ୍ଡା, ବାଦଲ ବଗର୍ତ୍ତୀ, ଚିନ୍ମୟ ବେହେରା, କାହ୍ନl ଦିଗାଲ,ଅସିତ୍ କୁମାର ବେହେରା, କୃତିଦିପନ୍ ଭୋଇ ଯୋଗ ଦେଇଥିଲେ |
ଏବଂ ଆସନ୍ତା ନଭେମ୍ବର ମାସରେ ଭୁବେନଶ୍ବର ଠାରେ ଫୋଟ ଫେୟାର ଆୟୋଜନ କରିବା ନେଇ ଆଲୋ ଚନା ମଧ୍ୟ ହୋଇଥିଲାl

Leave a comment

Your email address will not be published. Required fields are marked *