#Breaking News

ବିଜୁ ଯୁବ ଛାତ୍ର ଜନତା ଦଳ ଦାରିଂବାଡ଼ି ବ୍ଲକ ରେ ବୃକ୍ଷ ରୋପଣ


ଫୁଲବାଣୀ (ସୁନୀଲ ପଟନାୟକ )
ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ଦାରିଂବାଡ଼ି ପକ୍ଷରୁ ଶ୍ରlନିକେତା ପଂଚାୟତ ଅନ୍ତର୍ଗତ ତେରା ବାଡି ୟୁପି ସ୍କୁଲ ପରିସର ରେ ଆଜି ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏହି ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l
ଏହିଅବସର ରେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବା ଲାଗି ଆହ୍ୱାନ ଦେଇଥିଲେl ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ ଅନ୍ତତଃ ଗୋଟିଏ
ଲେଖାହେଁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ l
ଏହି ବୃକ୍ଷ ରୋପଣ କାର୍ଯ୍ୟରେ ଯୁବ ସଭାପତି ରଞ୍ଜନ ପ୍ରଧାନ, ଛାତ୍ର ସଭାପତି ରୂପକ ସାହୁ, ପଂଚାୟତ ସଭାପତି ଅମିତ ପ୍ରଧାନ, ୱାର୍ଡ ସଭ୍ୟଭୀମସେନ ଦିଗଲ, ସିମାଞ୍ଚଳ ପ୍ରଧାନ, ସଲମାନ ନାୟକ, ସହଦେଵ ପ୍ରଧାନ, ମାନୁ ଏଲ ନାୟକ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *