#Breaking News

ଟ୍ରାଫିକ ପୋଷ୍ଟ ଅଛି, ସିଗ୍ନାଲ ଲାଇଟ ଅଛି ଓ ସିସି ଟିଭି କ୍ୟାମେରା ଅଛି,କିନ୍ତୁ ଅକର୍ମଣ୍ୟ ଅବସ୍ଥାରେ ପଡ଼ି ରହିଛି !!


କଟକ (ପ୍ରିୟବ୍ରତ ପଟ୍ଟନାୟକ )ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସିଡିଏ ଅଞ୍ଚଳରେ !! ସିଡିଏ ସେକ୍ଟର -୧୦ ଜଷ୍ଟିସ ଛକରେ ଟ୍ରାଫିକ ପୋଷ୍ଟଅଛି ଓ ସିଗ୍ନାଲ ଲାଇଟ ଉପରେ ଗଛ ଲତାର ଆବରଣ ତଥା ଟ୍ରାଫିକ ପୋଷ୍ଟଟି ଅକର୍ମଣ୍ୟ ହୋଇ ପଡ଼ିଛି !! ମଣ୍ଟେଶ୍ୱରୀ ସ୍କୁଲ ଗଡା ବା ନୁଆ ରୋଡ଼ ଠାରେ ଟ୍ରାଫିକ ପୋଷ୍ଟ ଅଛି ଓ ସିସି ଟିଭି କ୍ୟାମେରା ଅଛି, କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ !! ବହୁ ଜଷ୍ଟିସ, ନେତା, ପ୍ରତିଷ୍ଠିତ ଶିଳ୍ପପତି ଓ ସରକାରୀ ବାବୁ ମାନେ ରହୁଥିବା ସିଡିଏ ଭଳି ଅଞ୍ଚଳରେ ଟ୍ରାଫିକ ପୋଲିସ ଓ କମିଶନରେଟ ପୋଲିସଙ୍କ ଏଭଳି ଅବହେଳା ଓ ଅଣଦେଖା କରିବା ଆଦୌ ଗ୍ରହଣୀୟ ନୁହେଁ ! ଦୟାକରି ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରଶାସନକୁ ନିବେଦନ ।

Leave a comment

Your email address will not be published. Required fields are marked *