#Breaking News

ଲଗାଣ ବର୍ଷା ରେ ଭୁସୁଡ଼ିଲା ସ୍ମାର୍ଟ ହାଇସ୍କୁଲ ପାଚେରୀ


ଫୁଲବାଣୀ ( ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ରେ ଲଗାଣ ବର୍ଷlରେ
ଚକାପାଦ ବ୍ଲକ ଅନ୍ତର୍ଗତ ଵପଲ ମେଁଡ଼ି ପଂଚାୟତ ର ସରକାରୀ ସ୍ମାର୍ଟ ସ୍କୁଲବିରୀଗାଁ ସ୍କୁଲ
ପାଚେରୀ ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି l ତେବେ କେଇମାସ ତଳେ ଏହି ସ୍କୁଲ କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭରଚୁୱାଲ ମୋଡ଼ ରେ ଉଦଘାଟନ କରିଥିଲେ lସ୍କୁଲ ରୁପlନ୍ତୀକରଣ ରେ
ଲକ୍ଷାଧିକ ଟଙ୍କା ବ୍ୟୟକରାଯାଇଥିଲା l ସବୁକିଛି ଠିକଠାକ ଭାବେଯନ୍ତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ହୋଇ ଥିଲା l କାମ ବି କୁଆଡେ ଭଲ ବି ହୋଇଥିଲା l ତେବେ ଲଗାଣ ବର୍ଷl ଫଳରେ ବର୍ଷା ପାଣି ନିଷ୍କାସିତ ହୋଇ ନପାରି ଜମିରହିବାରୁ ବୋଧ ହୁଏ ପାଚେରୀ ର କିଛି ଅଂଶ ଭୁସୁଡ଼ିପଡି ଥିବା ଯନ୍ତ୍ରୀ କହୁଛନ୍ତି l ବର୍ଷା ଛାଡିଲେ ଅତିଶିଘ୍ର ମରାମତି କରାଯିବ ବୋଲି ଯନ୍ତ୍ରୀ କହିଛନ୍ତି l
ତେବେ ଯଥାଶୀଘ୍ର ମରାମତି କାରବାଲାଗି ଗ୍ରାମବାସି ଦାବୀ କରିଛନ୍ତି l

Leave a comment

Your email address will not be published. Required fields are marked *